ଭଞ୍ଜନଗର,୩୦।୮(ନିଲୁ ବିଷୋୟୀ):ଭଞ୍ଜନଗର ଘୁମୁସର ଘରୋଇ ବସ ମାଲିକ ସଂଘର ଉପସଭାପତି ସୁବାଷ ଚନ୍ଦ୍ର ଦିହୁଡିଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ସେ ଦୀର୍ଘ ଦିନ ହେଲା ଯକୃତ, କର୍କଟ ଜନିତ ରୋଗରେ ପୀଡିତ ଥିଲେ। ସେ ଏଥି ପୂର୍ବରୁ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଭାବେ ମଧ୍ୟ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପାଦନା କରିଥିଲେ। ସେ ସମସ୍ତଙ୍କ ଅତି ପରିଚିତ, ଜଣାଶୁଣା ଜଣେ ବହୁ ପୁରୁଣା ବସ ମାଲିକ ଭାବେ ସ୍ୱତନ୍ତ୍ର ପରିଚୟ ରହିଥିଲା। ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ କେବଳ ଭଞ୍ଜନଗର ନୁହଁ ସମଗ୍ର ଗଞ୍ଜାମ ଜିଲ୍ଲା ବସ ମାଲିକ ସଂଘ ପାଇଁ ଦୁଃଖରେ ମ୍ରିୟମାଣ କରିବା ସାଙ୍ଗକୁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଜଣାପଡ଼ିଛି। ରାଜ୍ୟ ସଂଘ ଯେତେବେଳେ ଡାକରା ଆସେ ସେ ସର୍ବଦା ଅଗ୍ର ଭୂମିକା ନିର୍ବାହ କରୁଥିବା ସମ୍ପାଦକ ବିପ୍ର ଚରଣ ବାରିକ କହିଛନ୍ତି।ସେ ଜଣେ ମେଳାପି, ବନ୍ଧୁ ବଚ୍ଛଳ,ଖୁସି ମିଜାଜ୍ ବ୍ୟକ୍ତି ଥିଲେ। ତାଙ୍କର ଏଭଳି ବିୟୋଗରେ ସଭାପତି ଗୋପବନ୍ଧୁ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଦୁଖଦଃ ସମୟରେ ଭଗବାନ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି ଘୁମୁସର ଘରୋଇ ବସ ମାଲିକ ସଂଘ ପକ୍ଷରୁ କାମନା କରାଯାଇଛି।

