ଚିକିଟି,୬/୬(ନିଗମାନନ୍ଦ ପଣ୍ଡା):ବର୍ତ୍ତମାନର ଯୁଗ ହେଉଛି ସୂଚନା ଓ ପ୍ରଯୁକ୍ତିର ଯୁଗ। କମ୍ପ୍ୟୁଟର ଜ୍ଞାନ ଆଜିର ଦିନରେ ଶିକ୍ଷା, ରୋଜଗାର ଓ ଆତ୍ମନିର୍ଭରଶୀଳତା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏହାକୁ ଦୃଷ୍ଟି ଆଗରେ ରଖି ଚିକିଟି ଅଞ୍ଚଳର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ଦକ୍ଷ କରିବା ଲକ୍ଷ୍ୟରେ ରୁବି ଭିଜନ ସେଣ୍ଟର ଓ ଡ଼ଃ ବି. ନାଗେଶ୍ୱର ରାଓ ଙ୍କ ମିଳିତ ଉଦ୍ୟମରେ ଚିକିଟି ଠାରେ ଏକ ମାଗଣା କମ୍ପ୍ୟୁଟର ତାଲିମ କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି। କାର୍ଯ୍ୟକ୍ରମକୁ ଚିକିଟି ତହସିଲଦାର ଶ୍ରୀ ବିଶ୍ଵରଂଜନ କହଁର ଶୁଭ ଉଦ୍ଘାଟନ କରିଥିବା ବେଳେ ବି ଇ ଓ ଶ୍ରୀ ପନ୍ନଗ ଭୂଷଣ ମାଝୀ, ଡାକ୍ତର ବାସୁଦେବ ସୁବୁଦ୍ଧି, ସୁରେନ ପାଢ଼ୀ, ସିମାଞ୍ଚଳ ସାହୁ, , ଇଂ ପି. ରାମାରାଓ ସୁବୁଦ୍ଧି, କୃଷ୍ଣଚନ୍ଦ୍ର ସାହୁ, ନୀଳାଞ୍ଚଳ ସାହୁ, ନୀଳମଣୀ ବେହେରା, ରାମନାଥ ସୁବୁଦ୍ଧି ପ୍ରଭୁତି ଯୋଗଦେଇ ଥିଲେ। ଏହି ମାଗଣା ତାଲିମ କେନ୍ଦ୍ର ମାଧ୍ୟମରେ ଅର୍ଥନୈତିକ ଭାବେ ଦୁର୍ବଳ ପରିବାରର ଛାତ୍ରଛାତ୍ରୀମାନେ ମଧ୍ୟ କମ୍ପ୍ୟୁଟର ଶିକ୍ଷା ଲାଭ କରିପାରିବେ ବୋଲି ମଞ୍ଚାସିନ ମାନ୍ୟଗଣ ଅତିଥି ମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହିବା ସହ ଶ୍ରୀ ନୀଳମଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

