ଫୁଲବାଣୀ- ୧୯/୦୪/(ସୁନୀଲ ପଟ୍ଟନାୟକ)। ଜଙ୍ଗଲ ର ନିଆଁକୁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ,ଗୀତ ,ପଥପ୍ରାନ୍ତ ନାଟକ , ଓ ବିଭିନ୍ନ ସଭା ସମିତି ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ lବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ରଜନୀ କାନ୍ତ ମେହେର ବନ ପାଳ ଦେବାଶିଷ ଚୌଧୁରୀଙ୍କ ନେତୃତ୍ବ ରେ ମାଦାଗୁଡା ପଞ୍ଚୟତ ପରିସର ମଧ୍ୟରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ତୁମୁଡ଼ିବନ୍ଧ ସେକ୍ସନରେ ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ସ୍ବପ୍ନl ପାତ୍ର, ରୁପଶ୍ରୀ ଦିଗାଲ, ଏ. ସତ୍ୟ ନାରାୟଣ ଦୋରା, ସମାଜ ସେବୀ ଗୌତମ ମଲ୍ଲିକ ସୁଜତି ଦିଗାଳ ରୂପଶ୍ରୀ ଦିଗାଳ ଉପ ସ୍ଥିତଥିଲେ l l ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ ପାରଂପରିକ ଲୋକ କଳାକାର ର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜଙ୍ଗଲ ନିଆଁ ପୋଡୁଚାଷ ଜୀବଜନ୍ତୁ ସୁରକ୍ଷା ପାଇଁ ସଚେତନ କରିଥଲେ l

