ବୁଗୁଡ଼ା,୨।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜେଡି କାର୍ଯ୍ୟାଳୟ ପରିସରରେ ବିଜେଡିର ଜନସମ୍ପର୍କ ଅଭିଯାନ କୁ ନେଇ ଗୁରୁବାର ଦିନ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଛୁଆ ବିଜେପି ସରକାର ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ସାଙ୍ଗକୁ ମିଥ୍ୟା ପ୍ରଲୋଭନ ଦେଖାଉଥିବା ନେଇ ନିଜର ବକ୍ତବ୍ୟରେ ତାଙ୍କୁ ଅସନ୍ତୋଷ ପ୍ରକାଶ କରି ବିଜେପି ଉପରେ ବର୍ଷିଥିଲେ। ଏଥି ପାଇଁ ଆମେ ସଂଗଠନକୁ ମଜବୁତ କରିବା ସହ ସମସ୍ତେ ସତର୍କ ହେବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଜନ ସମ୍ପର୍କ ଅଭିଯାନ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ଅର୍ଥାତ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ, ପୋଲସରା ରେ ଆସନ୍ତା ୭ତାରିଖ ଦିନ ଏହି ଜନସମ୍ପର୍କ ଅଭିଯାନ ରାଣୀପଡାରୁ ବାହାରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ସୁନାରିବୁଗୁଡା, ଲକ୍ଷ୍ମଣ ପଲ୍ଲୀ, ଚଞ୍ଚଣିଆ ପଲ୍ଲୀ,ବୁଢେଇଶୁଣି ଆଦି ଗ୍ରାମରେ ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବ୍ଲକର ବିଜେଡି ବ୍ଲକ ସମ୍ପାଦକ ଅଶୋକ କୁମାର ବିଶୋୟୀ, ନଗର ବିଜେଡି ସଭାପତି ଗୋପାଳ କୃଷ୍ଣ ସାହାଣୀ, ସମ୍ପାଦକ ବାବୁଲି ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସମେତ ପୋଲସରା ନିର୍ବାଚନ ମଣ୍ଡଳୀର ବହୁ ପୁରୁଖା ନେତା, କର୍ମକର୍ତ୍ତାଗଣ ଓ ଛାମୁଆ କର୍ମୀମାନେ ଉପସ୍ଥିତ ଥିଲେ।

