ବୁଗୁଡ଼ା,୧୬।୦୮(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମାଣିତରା ଅଞ୍ଚଳରେ କିଛି ଜମି ମାଫିଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କିଛି ଦଲାଲ ଓ ଜମି ମାଫିଆ ଗରିବ ଓ ନିରୀହ ଲୋକଙ୍କ ଜମିକୁ ହଡ଼ପ କରି ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରୁଥିବା କୁହାଯାଉଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ମାଣିତରା, ମକରାପଲ୍ଲୀ, ନୂଆପଲ୍ଲୀ, ଦିଗି, କଣ୍ଡରେଇ ଆଦି ଅଂଚଳର କିଛି ଜମି ଦଖଲକୁ ନେଇ ସେମାନଙ୍କ ଜାଲ ଦସ୍ତଖତ ଏବଂ ମୃତ ଦର୍ଶାଇ ଜମିର ଉପଯୁକ୍ତ ମୂଲ୍ୟ ନ ଦେଇ ନିରୀହ ଲୋକଙ୍କୁ ଧମକ ଦିଆଯାଉଥିବା ସହ ଜମି ଉପରେ ଥିବା ବହୁ ପୁରାତନ ଗଛ କାଟି ଦିଆଯାଇଥିବାରୁ ପରିବେଶ କ୍ଷତିଗ୍ରସ୍ତ ହେଉଛି। ଏହାକୁ ବିରୋଧ କରି ଗ୍ରାମବାସୀ ଏକାଠି ହୋଇ ଏଥିରେ ସମ୍ପୃକ୍ତ ନୟାଗଡ଼ ଅଞ୍ଚଳ ର ପ୍ରଫୁଲ କୁମାର ସାହୁ ନାମକ ଜଣେ ଦଲାଲ ଏବଂ କିଛି ଆନ୍ଧ୍ର ଜମି ମାଫିଆ ବ୍ୟକ୍ତିମାନଙ୍କୁ ଅଟକ ରଖିଥିବାସହ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା ଲୋକ ମାନେ ଜିଦ ଧରିଥିଲେ ଆମ ଜମି ଆମକୁ ଫେରାଯାଉ, ଆନ୍ଧ୍ର ମାଫିଆ ଙ୍କୁ ହଟାଅ, ଗଞ୍ଜାମ ବଞ୍ଚାଅ !ଘଟଣାର ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା,ଜମି ମାଲିକାନା ଓ ଅଭିଯୋଗର ସତ୍ୟତା ନେଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

