ଫୁଲବାଣୀ,୧୦।୦୯(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲାପାଳ ବେଦ ଭୂଷଣ ଦେଖାଇଛନ୍ତି ମହାନତା l ଗୁରୁବାର ସକାଳେ ଜିଲାପାଳ ବେଦ ଭୂଷଣ ସରକାରୀ ମିଟିଂ ରେ ଯୋଗ ଦେବା ପାଇଁ ତର ତର ହୋଇ ନିଜ ଗାଡି ରେ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇ ଜଣେ ଯୁବକ ରାସ୍ତାରେ ପଡ଼ି ଛଟ ପଟ ହେଉଥିବା ଦେଖି ତୁରନ୍ତ ଡ଼୍ରାଇଭର କୁ ଗାଡି ଅଟକାଇବାକୁ କହି ଗୁରୁତର ଆହାତ ଯୁବକ କୁ ନିଜେ ଉଠାଇ ଗାଡ଼ିରେ ମେଡିକାଲ କୁ ଆଣି ଚିକିତ୍ସା ବ୍ୟବସ୍ଥା କରିଥିଲେ l ଆହତ ଯୁବକ ଫୁଲବାଣୀ ସହର ର ସତ୍ୟମ୍ ହଂସ ବୋଲି ଜଣାପଡିଛି l ସେ ବର୍ତ୍ତମାନ ସୁସ୍ଥ ଥିବା ସତ୍ୟମ୍ ଙ୍କ ସ୍ତ୍ରୀ କହିଛନ୍ତି lଖାଲି ସେତିକି ନୁହେଁ ଜିଲାପାଳ ବେଦ ଭୂଷଣ ତାଙ୍କ ଆହାତ ସ୍ଵାମୀ ଙ୍କୁ ନିଜ ଗାଡିରେ ମେଡିକାଲ୍ ଆଣି ଚିକିତ୍ସା ବ୍ୟବସ୍ଥା କରିଥିବାରୁ ଜିଲାପାଳ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲାପାଳ ହେବ ତ ଏମିତି ବୋଲି କହିଛନ୍ତି l ତେବେ ଏମିତି ଦେଶ ରେ ଅନେକ ଜିଲାପାଳ ଅଛନ୍ତି ହେଲେ କିଏ ଗାଡ଼ିରେ ମୋବା ଇଲ ଦେଖୁ ଥିବା ବେଳେ କିଏ ଫାଇଲ ପଢୁଛନ୍ତି ତ ଆଉ କିଏ ରେଷ୍ଟ ନେଉଥିବା ଦେଖିବାକୁ ମିଳିଥାଏ l ଯଦି ଅକସ୍ମାତ୍ ଆଖିରେ ପଡ଼ିଯାଏ ତେବେ ଗାଡି ନ ଅଟକାଇ ବ୍ୟସ୍ତତା ଭିତରେ ପଳେ ଇଯାନ୍ତି l ହେଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ବାପା ମା ଓ ପରିବାର ର ଉତ୍ତମ ସଂସ୍କାର ଲାଳନ ପାଳନ ତାଙ୍କୁ ଆଜି ଦକ୍ଷ,ସଚ୍ଚୋଟ, ଲୋକଙ୍କୁ ଭଲ ପାଇବା, ଓ ଲୋକୋଙ୍କ ପାଇଁ କାର୍ଯ୍ୟ କରିବା, ସେବା ମନୋଭାବ ଆଜି ଏହି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଛି ନିଶ୍ଚୟ l ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଏଥିରୁ ଶିକ୍ଷା ଲାଭ କରିବା ଉଚିତ୍ ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି l

