ଖୋର୍ଦ୍ଧା,୦୧/୦୭(କେଦାର ନାଥ ସାହୁ):ଗତକାଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ନିମନ୍ତେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଏବଂ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଯାଇଅଛି l ଉକ୍ତ ସମ୍ବର୍ଦ୍ଧନା ସଭାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ତା ୩୦.୦୬.୨୦୨୬ ରିଖରେ ଅବସର ଗ୍ରହଣ କରିଥିବା ୧୪ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ କର୍ମଚାରୀ ଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ନିର୍ଦ୍ଦେଶ ପତ୍ର ପ୍ରଦାନ କରାଯାଇଥିଲା l ସଭାର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୋନାମିକା ରାୟ ନିଜ ଅଭିଭାଷଣରେ କହିଥିଲେ ଶିକ୍ଷକ ମାନେ ରାଷ୍ଟ୍ର ନିର୍ମାଣର ବିନ୍ଧାଣୀ ଅଟନ୍ତି l ସରକାରୀ ସେବାରୁ ନିବୃତ ହେଲେ ମଧ୍ୟ ସେମାନଙ୍କ ଶିକ୍ଷା ଔଜ୍ୟଲ୍ୟତା ସବୁବେଳେ ସବୁ କ୍ଷେତ୍ରରେ ସବୁ ସମୟରେ ସମାଜକୁ ଦିଗ ଦର୍ଶନ ଦେବ ବୋଲି କହି ସେମାନଙ୍କର ସୁଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ ଯାପନ କାମନା କରିଥିଲେ l ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ, ବେଣୁପୁର ର ସହକାରୀ ଶିକ୍ଷକ ଜମ୍ବେଶ୍ଵର ରଥ, ପ୍ରଧାନ ଶିକ୍ଷକ ଗଣେଶ କରଣ,ଜୟଦେବ ଉଚ୍ଚ ବିଦ୍ୟାଳୟ, ପ୍ରତାପ ରୁଦ୍ରପୁର ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରହରାଜ,ପି ବି ସରକାରୀ ଉଚ୍ଚ ବିଦ୍ୟାଳୟ, ସାରୁଅର , ପ୍ରଧାନ ଶିକ୍ଷକ,ଗଣେଶ୍ୱର ମିଶ୍ର, ଯୁଗଳ ଚରଣ ସରକାରୀ ବାଳିକା ବିଦ୍ୟାପୀଠ ର ସହକାରୀ ଶିକ୍ଷକ,ଲକ୍ଷ୍ମିଧର ବାରିକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୌରାଙ୍ଗ ବାରିକ, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଜପୁର ର ସହକାରୀ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ପୁବୁସହି ର ସହକାରୀ ଶିକ୍ଷକ ପଦ୍ମ ଚରଣ ମହାପାତ୍ର, ଭାରତୀୟ ବିଦ୍ୟାଳୟ ୟୁନିଟ୍ ୩ ର ସହକାରୀ ଶିକ୍ଷକ ମଦନ ସିଂହ, ବାଲିଅନ୍ତା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବଂଶୀଧର ପ୍ରଧାନ, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜସ ର ଚତୁର୍ଥ ଶ୍ରେଣୀ କର୍ମଚାରୀ କୈଳାଶ ଚନ୍ଦ୍ର ପଣ୍ଡା, ପାରି ଓରଡା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲକ୍ଷ୍ମୀଧର ବରାଳ, ବେଗୁନିଆ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନୀଳକଣ୍ଠ ସାହୁ ଏବଂ ଚିଲିକା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଲକ୍ଷ୍ମୀଧର ସ୍ୱାଇଁ ଅବସର ଗ୍ରହଣ କରି ପୂର୍ଣ୍ଣାଙ୍ଗ ପେନସନ ପାଇଛନ୍ତି l ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ବେହେରା, ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ପରିଡ଼ା ଙ୍କ ସମେତ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ର ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ l

