ଫୁଲବାଣୀ,୩/୦୮(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସଦର ମହକୁମା ଡାକ୍ତର ଖlନା ରେ ୬ଟି ଭେଣ୍ଟି ଲେଟର ଓ ୧୪ଟି ନନ ଭେଣ୍ଟୀଲେଟର ଆଇ ସି ୟୁ ବେଡ ଉଦଘାଟିତ ହୋଇଛି l ବହୁ ପ୍ରତିକ୍ଷୀତ ଏହି ଆଇ ସି ୟୁ କୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି l ପୁର୍ବରୁ ଗୁରୁତର ଅବସ୍ଥାରେ ଥିବା ରୋଗୀ ଙ୍କୁ ବାହାରକୁ ପଠା ଯାଉଥିବା ବେଳେ ବର୍ତମାନ ଏହି ସୁବିଧା ଫୁଲବାଣୀ ରେ ଉପଲବ୍ଧ ହେବ ବୋଲି ସାଂସଦ ପାଣିଗ୍ରାହି କହିବା ସହ ଖୁସି ବ୍ୟକ୍ତ କରିଥିଲେ l ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ଆଇ ସି ୟୁ ପ୍ରତିଷ୍ଠା ହେବା ଦ୍ବାରା ବିଶେଷ କରି ହୃଦରୋଗ ରେ ଆକ୍ରାନ୍ତ ରୋଗୀ ଉପକୃତ ହେବେ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ, ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ , ଜିଲାପାଳ ବେଦ ଭୂଷଣ, ମେଡିକାଲ କଲେଜ ଅଧିକ୍ଷକ ଡl ନରେନ୍ଦ୍ର ବେହେରା, ମେଡିକାଲ୍ କଲେଜ ଡି ନ ଡ଼ା ଦେବୀ ପ୍ରସାଦ ମହାନ୍ତି, ଙ୍କ ସମେତ ଏ ଡି ଏମ ଓ ଅକ୍ଷୟ ସାହୂ, ଡ କଲ୍ୟାଣୀ ମିଶ୍ର, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ ପ୍ରସନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

