ଫୁଲବାଣୀ,୦୩।୦୮(ସୁନୀଲ ପଟନାୟକ):ଚୋରୀ ହୋଇଥିବା ଓ ହଜିଥିବା ନାମୀ ଦାମୀ କଂପାନୀ ର ମୋବାଇଲ୍ କୁ ପୋଲିସ ଉଦ୍ଧାର କରି ପ୍ରକୃତ ମୋବାଇଲ ମାଲିକ ଙ୍କୁ ଫେରାଇଲl l ହଜିଯାଇଥିବା ନିଜ ମୋବାଇଲ ପାଇ ଲୋକେ ବେଶ ଖୁସୀ ଅନୁଭବ କରିବା ସହ ପୋଲିସ ର କାର୍ଯ୍ୟ କୂ ପ୍ରଶଂସା କରିଛନ୍ତି l କନ୍ଧ ମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ସହ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l ଗତ ଜୁନ୍ ମାସରେ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଉଦ୍ୟମ ଫଳରେ ୬୨ଟି ମୋବାଇଲ୍ ଫୋନ୍ ପ୍ରକୃତ ମାଲିକ ଙ୍କୁ ଫେରସ୍ତ କରଯାଇଥିଲା l ଏବେ ପୋଲିସ୍ ମୁଖ୍ୟାଳୟ ରେ ଆୟୋଜିତ ରିକଭରି ମେଳା ରେଖୋଦ୍ କଂଧମାଳ ଏସପି ରମେନ୍ଦ୍ର ପ୍ରାସଦ ଉପସ୍ଥିତ ରହି ୧୭ଟି ମୋବାଇଲ ଫୋନ ପ୍ରକୃତ ମାଲିକ ଙ୍କୁ ପ୍ରଦାନ କରିଥିଲେ l ଫୋନ୍ ପାଇବା ପରେ ଲୋକେ ପୋଲିସ ର କାର୍ଯ୍ୟ ଶୈଳୀ କୁ ଭୂରି ଭୂରି ପ୍ରଶଂସା କରିବା ସହ ପୋଲିସ ହେବ ତ ଏମିତି ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିଭୂତି ଭୂଷଣ ମହାପାତ୍ର, ସାଇବର ଥାନା ଅଧିକାରୀ ଗେଲି କୁମାରୀ ସାହୂ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l କନ୍ଧ ମାଳ ପୋଲିସ ର ଏହି ସାଧୁ ଉଦ୍ୟମ ସାଧା ରଣ ଲୋକଂକ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇବା ସହିତ ସାଇବର ଥାନା ର କାର୍ଯ୍ୟ ଦକ୍ଷତା ପ୍ରତିଫଳିତ ହେଉଛି l

