ଫୁଲବାଣୀ –୧୯/୦୩ (ସୁନୀଲ ପଟ୍ଟନାୟକ) ଜି ଉଦୟଗିରୀ ଓ ଟିକାବାଲି ଅଞ୍ଚଳ ର ତିନି ଜଣ ଙ୍କ ଜୀବନ ନେବା ପରେ ଦନ୍ତା ପୁଣି ଜି ଉଦୟଗିରୀ – କଳୀଙ୍ଗା ରାସ୍ତାରେ ବୁଲୁଛୁ ଏହି ଦନ୍ତା l ଦନ୍ତା କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି l ହାତୀ ଟି ଗୋଠ ଛଡ଼ା ହୋଈ ଏକା ରହିଯାଇଥିବା ରୁ କେତେବେଳେ ଜଙ୍ଗଲ ରେ ତ ଆଉ କେତେବେଳେ ରାସ୍ତା ରେ ବୁଲୁ ଥିବା ଦେଖି ବାକୁ ମିଳିଛି l ସହର ରେ ହାତୀ ବୁଲୁଥିବା ଖବର ପାଇ ବନ ବିଭାଗ କର୍ମଚାରୀ ମାଇକ ଯୋଗେ ପ୍ରଚାର କରି ଲୋ କଙ୍କୁ ସତର୍କ କରିଛି l ସନ୍ଧ୍ୟା ରେ ବାହାରକୁ ନ ବାହାରିବା ପାଇଁ ବୁଝlଊଛି ବନ ବିଭାଗ l ତେବେ ବନ ବିଭାଗ ପକ୍ଷରୁ ହାତୀ କୁ ଘଉଡ଼ାଇବା ଲାଗି ଦାବୀ ହେଉଛି l

