ଫୁଲବାଣୀ,୨୭/୦୬(ସୁନୀଲ ପଟନାୟକ):କଂଧମାଳ ଜିଲ୍ଲା ର ଜି ଉଦୟଗିରି ବନ ବିଭାଗ ରେଞ୍ଜ ରେ ହାତୀ ଡେରା ପକାଇ ଥିବା ବେଳେ ତାକୁ ଅନ୍ୟତ୍ର ଘଉଡ଼ାଇବା ଲାଗି ବନ ବିଭାଗ ଦିନ ରାତି ପରିଶ୍ରମ କରି ନାକେଦମ୍ ହେଲାଣି l ଏଠାରୁ ଘଉଡ଼ାଇଲେ ହାତୀ ସୀମାନ୍ତ ବର୍ତୀ ଜିଲ୍ଲା ଗଞ୍ଜାମ ଜିଲ୍ଲାକୁ ଚାଲିଯାଉଥିଲେ ବି ସେଠାକାର ଲୋକେ ଘଉଡାଇଲେ ପୁଣି ଏହି ଅଞ୍ଚଳ କୁ ଚାଲି ଆସୁଛି l ଲୋକଂକ ଧନ ଜୀବନ ନଷ୍ଟ କରୁଛି l ହାତୀ ଆକ୍ରମଣରେ ଗତ କିଛି ମାସ ତଳେ ୩ଜଣ ଙ୍କ ମୃତ୍ୟୁ ଘଟିଛି l ହାତୀ ଏବେ ଜି ଉଦୟଗିରି ସହର ନିକଟ ପଦା ସାହି, ପିଡ଼ିକl ମା ହା ଅଞ୍ଚଳ ନଙ୍ଗଲ ରେ ରହିଛି l ବେଳେବେଳେ ବସ୍ତି ଅଞ୍ଚଳକୁ ଆସୁଛି l ଫଳରେ ବନ ବିଭାଗ ପକ୍ଷରୁ ମାଲାନ ସୁଗା, ପୁକୁଲିଙ୍ଗିଆ, ଗlମୁଲି, ରେତୁଡି , ପିଡ଼ିକl ମାହl, ଲିଙ୍ଗାଆଦି ୬ଟି ହାତୀ ଚଳ ପ୍ରଚଳ କରୁଥିବା ଚିହ୍ନଟ ସ୍ଥାନ ରେ ସୌର ଚଳିତ ସାଇ ରନ୍ ଲଗାଇଥିବା ରେଞ୍ଜ ଅଧିକାରୀ ସୁଶ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ କହିଛନ୍ତି l ହାତୀ ଚଳ ପ୍ରଚଳ ଜାଣିଲେ ଏଥିରେ ଫିଡ ହୋଇଥିବା ମୋବାଇଲ ନମ୍ବର କୁ ଫୋନ କଲ୍ ଆସିଲେ ସାଇରନଜୋର୍ ରେ ବାଜିବ ଓ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ କର୍ମଚାରୀ ସତର୍କତା ଅବଲମ୍ବନ କରିସ୍ଥାନ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଲେ ଜୀବନ ରକ୍ଷା ହେବ ବୋଲି ରେଞ୍ଜରସୁଶ୍ରୀ ମାଣିକେଶ୍ବରୀ ପଟ୍ଟନାୟକ କହିଛନ୍ତି l

