ଭବାନୀପାଟଣା,୯।୯(କିଶନ ଶର୍ମା):ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ତର୍କ କୁଇଜ୍ ପ୍ରତିଯୋଗିତା ୨୦୨୭ ପଞ୍ଜିକରଣ ଓ ପ୍ରତିଭାଗି ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ୱପ୍ନରେ ଭାଗିଦାରୀ ହୋଇ ଯୁବକ ଯୁବତୀମାନେ ନିଜର ଜ୍ଞାନ ଓ ବିଚାରକୁ ଉପସ୍ଥାପନ କରିବାର ସୁଯୋଗ ପାଇବାର ଏହା ଏକ ମାଧ୍ୟମ। ୨୦ ଗୋଟି ପ୍ରଶ୍ନ ବିଶିଷ୍ଟ ଏହି କୁଇଜ୍ ପ୍ରତିଯୋଗିତାକୁ ନେଇ ଚଳିତ ବର୍ଷ ୫୦ ଲକ୍ଷ ଯୁବକ ଯୁବତୀମାନଙ୍କ ଭାଗିଦାରୀକୁ ଆଶା କରାଯାଉଥିବା ବେଳେ ଓଡ଼ିଶାରୁ ୧ ଲକ୍ଷ ୩୦ ହଜାର ଅନୁମାନ କରାଯାଉଛି। ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଓ ଆଞ୍ଚଳିକ ନିର୍ଦ୍ଧେଶାଳୟ ଏନ୍ଏସ୍ଏସ୍ ଭୁବନେଶ୍ୱର ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ସମସ୍ତ ମହାବିଦ୍ୟାଳୟରେ ଚାଲୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଅତ୍ୟଧିକ ପଞ୍ଜିକରଣ ହେବା ସହ ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖିବାକୁ ମିଳୁଛି। ଏଥିନିମନ୍ତେ ପରଞ୍ଜିକରଣ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ପଞ୍ଜିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ଏହି ପଞ୍ଜିକରଣ ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ, ପୁରୀତ ରଣା, ମନ୍ଦାକିନୀ ପ୍ରଧାନ, କେଶନୀ ପାୟଲ ମହାନନ୍ଦ, ଅନୁକୁଲ ସାହାଣି, ନାଜନିନ ସୁଲତାନା ପ୍ରମୁଖ ସହଯୋଗ କରିଥିଲେ।

