ଚିକିଟି,୨୯/୦୮(ନିଗମାନନ୍ଦ ପଣ୍ଡା): ଚିକିଟି ବ୍ଲକ ଅନ୍ତର୍ଗତ ଝାଟି ପଦର ପଞ୍ଚାୟତ ର ଝାଟି ପଦର ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ବରିଷ୍ଠ, କର୍ମଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଝାଟି ପଦର ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସହ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା,ବି ଆର ସିସି ତ୍ରିନାଥ ମଳିକ, ଯୋଗଦେଇ ଶ୍ରୀପାଢ଼ୀ ଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଜଣେ ଆଦର୍ଶ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ବରଂ ସମାଜ ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଲିଭାଇ ନିଜକୁ ତଥା ନିଜ ବିଦ୍ୟାଳୟ ସୁନାମ ଆଣିବାରେ ସହାୟକ ହୋଇଥାନ୍ତି! ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଶ୍ରୀବୃନ୍ଦାବନ ପାଢ଼ୀ,ଶିକ୍ଷାଦାନ ହେଉ କି ପ୍ରଶାସନିକ ଦକ୍ଷତା ସବୁଥିରେ ବିଦ୍ୟାଳୟର ସୁନାମ ବୃଦ୍ଧିରେ ଶ୍ରୀପାଢ଼ୀଙ୍କର ଅବଦାନକୁ ଏ ଅଞ୍ଚଳ ସବୁଦିନେ ମନେ ରଖିବ! ସିଆରସିସି ଏ. ଦମୟନ୍ତୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀ ପାଢ଼ୀ ଙ୍କ କର୍ମମୟ ଜୀବନ, ତାଙ୍କର ଶିକ୍ଷାପ୍ରତି ନିଷ୍ଠା ଏବଂ ମାନବିକ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ.ଶେଷରେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ହୋତା ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।

