ଫୁଲବାଣୀ,୧୯/0୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲାପାଳ ବେଦ ଭୂଷଣ ସୋମବାର ଟିକା ବାଲି ବ୍ଲକ୍ ଗସ୍ତ କରି ସେ ହିଁଠାରେ ଜନ ଶୁଣାଣୀ କରି ଲୋକଂକ ବ୍ୟକ୍ତିଗତ ସମସ୍ୟା ଶୁଣିବା ସହିତ ଟିକାବାଲି ବ୍ଲକ୍ ଅନ୍ତର୍ଗତ ହାତକୁ ନିଆ ଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ l ଜିଲାପାଳ ବେଦ ଭୂଷଣ ଟିକାବାଲି ବ୍ଲକ ପକ୍ଷରୁ ବିଭିନ୍ନ ପଂଚାୟତରେ ନିର୍ମାଣ ଧିନ ଗୃହ କାର୍ଯ୍ୟ, ନିର୍ମାଣ ଧୀନ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରଧାନ ମନ୍ତ୍ରୀ ଆବାସ ଗୃହ, ଅମୃତ ସରବୋର, ଗ୍ରାମ ମଙ୍ଗଳ ବିଭାଗ ଅଧୀନ ରେ ଥିବା ସ୍କୁଲ, ବୁଲି ଦେଖିବା ସହ ହିତାଧିକାରୀ ଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ l ଟି କା ବାଲି ବିଡ଼ିଓ ଓ ଏ ଇ ଈ , ଯନ୍ତ୍ରୀ ସମୂହ ଙ୍କ ବ୍ୟକ୍ତି ଗତ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ଦକ୍ଷତା ଯୋଗୁଁ ବ୍ଲକ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ପାଇପାରିଛନ୍ତି ଅଞ୍ଚଳ ବାସୀ l ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ଓ ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ ସରିବ ସେଥି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ବିଡ଼ିଓ l ଜିଲାପାଳ ଙ୍କ ସହ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ପି ଏ ଆଇ ଟି ଡି ଏ କୃପାସିନ୍ଧୁ ବେହେରା ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

