ପୋଲସରା:୩।୭(ସୁଧାଂଶୁ ଶେଖର ସାହୁ):ସାରା ରାଜ୍ୟରେ ଡାକ୍ତର ଦିବସରେ ଡାକ୍ତର ମାନେ ଓମସା ର ଆୱାହାନ କ୍ରମେ ୧୦ଦଫା ଦାବିନେଇ ରୋଗୀସେବା ଛାଡି ଆନ୍ଦୋଳନ କୁ ଓଲ୍ହାଇଛନ୍ତି। ଯାହାଫଳରେ ଗର୍ଭବତୀ, ଶିଶୁ ସମେତ ରୋଗୀମାନେ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ଏହିଭଳି ଘଟଣା ଦେଖିବାକୁ ମିଳିଛି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ଭୋଗିବା ସହିତ ରୋଗୀଙ୍କ ସାଥିରେ ଆସିଥିବା ବୃଦ୍ଧ ବୃଦ୍ଧା ମାନେ ବହୁ ଅପଦସ୍ତ ହେଉଛନ୍ତି। ଡାକ୍ତର ମାନଙ୍କ ଆନ୍ଦୋଳନ ଯୋଗୁଁ ଆୟୁଷ ଡାକ୍ତର ମନେ ରୋଗୀସେବା ସମ୍ଭାଳୁଛନ୍ତି ସତ କିନ୍ତୁ ରୋଗୀଙ୍କ ଲମ୍ବା ଲାଇନ ର ଗହଳି ଯୋଗୁଁ ଏମର୍ଜେନ୍ସି ରୋଗୀ ସାଙ୍ଗକୁ ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଇବା ଏକ ପ୍ରକାର ମୁସ୍କିଲ ହୋଇପଡୁଛି। ଆୟୁଷ ଡାକ୍ତର ଙ୍କ ପାଖରେ ରୋଗୀଙ୍କ ଗହଳି ଯୋଗୁଁ ଆଦିବାସୀ ଅଂଚଳ ସାଙ୍ଗକୁ ବହୁ ଦୂର ଦୁରାନ୍ତ ରୁ ଆସୁଥୁବା ରୋଗୀମାନେ ବହୁ କଷ୍ଟ ଭୋଗୁଛନ୍ତି। ସାନ ବରଗାଁ ଗ୍ରାମର ମଢିଆ ଡାକୁଆ ତାଙ୍କ ସ୍ତ୍ରୀ ଙ୍କ ଛାତି ରେ ଯନ୍ତ୍ରଣା ଯୋଗୁଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ କିନ୍ତୁ ତାଙ୍କୁ ଦେଖିବାକୁ ଡାକ୍ତର ଙ୍କ ଅଭାବ ହେତୁ ବାଧ୍ୟ୍ୟ ହୋଇ ପ୍ରାଇଭେଟ କ୍ଲିନିକ କୁ ନେଇ ଦେଖାଇଥିଲେ। ଗର୍ଭବତୀ ମହିଳା ମନେ କହିଥିଲେ ଭଗବାନ ଙ୍କ ଭରସାରେ ଆମେ ଏଠି ରହିଛୁ। ଅନ୍ୟ ପକ୍ଷରେ ଆନ୍ଦୋଳନ ରତ ଡାକ୍ତର ମାନେ କହିଥିଲେ କି ଆମ ମାନଙ୍କ ୧୦ଦଫା ଦାବୀ ପୂରଣ ନହେବା ଯାଏ ଆମେ କାର୍ଯ୍ୟ ରେ ଯୋଗ ଦେବୁନାହିଁ ବୋଲି କହିଥିଲେ।

