ଫୁଲବାଣୀ,0୨/୦୪(ସୁନୀଲ ପଟନାୟକ):ଜିଲ୍ଲା ସ୍ତରୀୟ ଜନଗଣନା ୨୦୨୬-୨ ୭ବର୍ଷ ପାଇଁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସୁପର ଭାଇଜର ମାନଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ ଶିବିର ଫୁଲବାଣୀ ବାଳିକା ବିଦ୍ୟାଳୟରେ ଆରମ୍ଭ ହୋଇଛି l ଫୁଲବାଣୀ ତହସିଲ ଅଞ୍ଚଳ ସମେତ ଜିଲ୍ଲାର ପ୍ରତ୍ୟକ ତ ହସିଲ ଅଂଚଳରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l ଏହି ପ୍ରଶିକ୍ଷଣ ଶିବିର ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ଅଧକ୍ଷତା ରେ ଜନଗଣନା ଡିଜିଟାଲ ଆପ ମାଧ୍ୟମରେ କିପରି କାମ କରିବେ ପ୍ରଶିକ୍ଷଣ କରାଯାଇଥିଲା l ଏଥର ପ୍ରଥମ ଥର ପାଇଁ ଡିଜିଟାଲ ଆପ ମାଧ୍ୟମରେ ଜନଗଣନା କରାଯିବ l ତେଣୁ ସମସ୍ତେ ନିଜ ନିଜର ତଥ୍ୟ ସଠିକ ଭାବରେ ଦେବାପାଇଁ ଜିଲ୍ଲାପାଳ କହିଛନ୍ତି l ସମସ୍ତ ନିଜସ୍ୱ ଡାଟା ଗୋପନ ରଖାଯିବ l ଦେଶର ବିକାଶ ଦିଗରେ ଏହି ତଥ୍ୟ ବହୁ କାମରେ ଆସିବା ସହିତ ସରକାରୀ ଯୋଜନା ପାଇବାରେ ଲୋକଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିବ ନାହିଁ l ଗଣନା କାରୀମାନେ ଲୋକଙ୍କୁ ୩୩ ପ୍ରଶ୍ନ ପଚାରିବେ l ସଠିକ ତଥ୍ୟ ଦେବାକୁ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି l ଏହl ଏ ପ୍ରିଲ ୧୬ରୁ ମେ ୧୫ଯାଏଁ ଚାଲିବ ବୋଲି ଜଣା ପଡ଼ିଛି l

