କଳାହାଣ୍ଡି,୧୪/୦୬( କିଶନ ଶର୍ମା): ଦୁର୍ଦ୍ଦିନ ମଧ୍ୟରେ ଥିବା ୧୯୬୫-୬୬ ମସିହାର କଳାହାଣ୍ଡିରେ ଜଣେ ଯୁବ ପ୍ରଶାସକ ଭାବେ ଯୋଗଦେଇ ବିକାଶର ବୀଜ ବପନ କରିବା, ଏ ଜିଲ୍ଲାବାସୀଙ୍କୁ ଲଢ଼ିବାର ବାଗ ଶିଖେଇବା ସହିତ ନିଜ ଲେଖନୀ ମୂନରେ ଆଜୀବନ କଳାହାଣ୍ଡିର ସ୍ମୃତିକୁ ସାଇତି ରଖିଥିଲେ ବିଶିଷ୍ଟ ଲେଖକ, କବି ତଥା କଳାହାଣ୍ଡିର ତତ୍କାଳୀନ ଜିଲ୍ଲାପାଳ ଡ. ଜଗନାଥ ପ୍ରସାଦ ଦାସ। ଜଣେ ପ୍ରଶାସକ ଭାବେ ନିଜର ଚାରିବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଜିଲ୍ଲାର ଉନ୍ନତି ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ।ସେହିପରି ଜିଲ୍ଲାର ଘରେ ଘରେ ସୁପରିଚିତ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ପଲଉ ପ୍ରଧାନ ନିଜ ଜୀବନକାଳର ଅର୍ଦ୍ଧାଧିକ ସମୟ ଏ ଜିଲ୍ଲାର ପୀଡ଼ିତ ଶିଶୁମାନଙ୍କୁ ନିରୋଗ ଜୀବନ ଜୀଇଁବାର ରାହା ଦେଖାଇଥିଲେ। ଗରିବ ଓ ଅସହାୟ ପିତାମାତା ଓ ସେମାନଙ୍କ ଶିଶୁମାନଙ୍କ ପାଇଁ ସେ ଦେବଦୂତ ଭାବେ ଆବିର୍ଭାବ ହୋଇଥିଲେ। କଳାହାଣ୍ଡି ମାଟି ପାଇଁ ସେମାନଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଉଭୟ ବ୍ୟକ୍ତିତ୍ୱ ଜିଲ୍ଲାବାସୀଙ୍କ ସ୍ମୃତିରେ ଚିରଦିନ ଅମର ହୋଇ ରହିବେ ବୋଲି ଆଜି ଅଗ୍ରଣୀ ସଂଗଠନ ‘ଦି ଇନିସିଏଟିଭ’ ଆୟୋଜିତ ଶୋକସଭାରେ ଅତିଥିମାନେ ସ୍ମୃତିଚାରଣ କରିବା ସହିତ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ହୋଟେଲ ଭାଗିରଥୀ ଇନ ସମ୍ମିଳନୀ କକ୍ଷରେ ହୋଇଥିଲା l

