ଫୁଲବାଣୀ,୧୩/୦୮(ସୁନୀଲ ପଟନାୟକ):ଫୁଲବାଣୀ ସହର ରେ ଦିନକୁ ଦିନ ଜବର ଦଖଲ କାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ପୌର ପ୍ରଶାସନ ଜବର ଦଖଲ କାରୀ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି l ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଫୁଲବାଣୀ ସ୍ଥିତ ବ୍ରାହ୍ମଣ ସାହି ଯିବା ରାସ୍ତାରେ ଥିବା ବଡ ବନ୍ଧ ନିକଟ ମ୍ୟୁନିସପାଲିଟି ଜାଗାକୁ ଜବରଦଖଲ କରି ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ ଜବର ଦଖଲ କାରୀ l ଫଳରେ ପୌର ଅଧିକାରୀ ସମରେଶ ମହାନ୍ତି ଙ୍କ କଡ଼ା ନିର୍ଦେଶ କ୍ରମେ ଜେସିବି ସାହାଯ୍ୟରେ କର୍ମଚାରୀ ମାନେ ଉଚ୍ଛେଦ କରିବା ସହ ସେଠାରେ ପ୍ରଶାସନ ପକ୍ଷରୁ ବୋର୍ଡ ଲଗେଇଛି ପୌର ପରିଷଦl ଫଳରେ ଜବରଦଖଲ କାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ସେହିପରି ରାସ୍ତା ଉପରକୁ ଜବରଦଖଲ କରୀ ଗୃହ ନିର୍ମାଣ କରିଥିବା, ଦୋକାନ କରି ଟ୍ରାଫିକ ଜାମ କରୁଥିବା ଲୋକଙ୍କୁ ଉଚ୍ଛେଦ କରାଯିବ l ପୌର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଦାୟିତ୍ବ ଗ୍ରହଣ କରିବାର କମ ସମୟ ମଧ୍ୟରେ ଫୁଲବାଣୀ ସହର ରେ ଟ୍ରାଫିକ ବ୍ୟବସ୍ଥା ରେ ସୁଧାର ଆସିଛି l ପାର୍କ ନିର୍ମାଣ, ସହର ର ସମସ୍ତ ୱାର୍ଡ ରେ ଡ୍ରେନ ନିର୍ମାଣ ଓ ମରlମତି କାର୍ଯ୍ୟ କରି ଡ୍ରେନ ବ୍ୟବସ୍ଥାରେ ଉନ୍ନତି ଆଣିଛିନ୍ତି ପୌର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି l ଫୁଲବାଣୀ ସହର ର ମୁଖ୍ୟ ସ୍ଥାନ ରେ ଥିବା ଗାନ୍ଧୀ ସ୍ମୃତି ଭବନ ର ଉଚ୍ଚ ମାନର ପୁନରୁଦ୍ଧାର କାର୍ଯ୍ୟ ସମେତ ନୂତନ୍ ପାର୍କ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ଯ ନିର୍ବାହୀ ଅଧିକାରୀ ମହାନ୍ତି ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା କାର୍ଯ୍ୟ ଦକ୍ଷତା ଯୋଗୁଁ ସମ୍ଭବ ହୋଇଥିବା କୁହାଯାଉଛି l

