ଫୁଲବାଣୀ,୨୯।୦୭(ସୁନୀଲ ପଟନାୟକ):ବାଲିଗୁଡ଼ା ସହର ନିକଟ ନୂଆସାହୀ ରେ ଏକ ଘରୁ ତାଲା ଭାଙ୍ଗି ଚୋରୀ କରିଥିବା ଅଭିଯୋଗ ରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି l ଗିରଫ ଦୁଇଜଣ ହେଲେ ସୋନୁ ପ୍ରଧlନୀ ଓ ଶୁଭମ୍ କୁମାର ନାୟକ l ସୂଚନା ଯୋଗ୍ୟ ଯେ, ନୂଆ ସାହୀ ଅଞ୍ଚଳ ରକୁନ୍ତୀ ପୂଜାରୀ ଓ ପ୍ରଶାନ୍ତ କୁମାର ପୁଝାରୀ ପରିବା ବ୍ୟବସାୟ କରନ୍ତି l ଏ ଦୁହେଁ ପରିବା ବ୍ୟବସାୟ କରିବା ପାଇଁ ଘର ତାଲା ପକାଇ ବଜାର କୁ ଯାଇଥିବା ବେଳେ ସୋନୁ ଓ ଶୁଭମ୍ ତାଲା ଭାଙ୍ଗି ଘରେ ପଶି ଆଲ ମୀରା ରୁ ନଗଦ ୨୦ହଜାର ଟଂକା ଚୋରୀ କରିଥିଲେ l ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା ଆଉ ଆଜି ଦୁଇ ଅଭିଯୁକ୍ତ କୁ ଗିରଫ କରି ଥିଲା ପୋଲିସ l ସେମାନଙ୍କ ନିକଟରୁ ନଗଦ ୩ହଜାର ୫ଶହ ଟଂକା ଜବତ କରିଛି ପୋଲିସ l ଆଜି ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ l

