ବେଲଗୁଣ୍ଠା,୨୯/୦୭(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ଠାରେ ପ୍ରିୟ, ଆଦରଣୀୟ ଓ ସ୍ନେହଶୀଳ ଶିକ୍ଷକ ସ୍ୱର୍ଗତ ବିଶ୍ୱଜିତ ନାୟକ ଙ୍କ ଅକାଳ ବିୟୋଗରେ ଆୟୋଜିତ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଉକ୍ତ ସ୍ମୃତିସଭା ଅପରାହ୍ନ ୨ଟା ସମୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଡୋକି ସରୋଜିନୀ, ସି.ଆର୍.ସି.ସି. ସୁଧୀର କୁମାର ତ୍ରିପାଠୀ, ଅବସରପ୍ରାପ୍ତ ବି.ଇ.ଓ. ହୃଷୀକେଶ ବିଶ୍ୱାଳ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍ମୃତିସଭl ଆୟୋଜିତ ହୋଇଥିଲା।ସ୍ମୃତିସଭାରେ ସ୍ୱର୍ଗତ ବିଶ୍ୱଜିତ ନାୟକ ଙ୍କ ନିଷ୍ଠା, କର୍ତ୍ତବ୍ୟ ପରାୟଣତା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପ୍ରତି ତାଙ୍କ ଅବଦାନକୁ ସମସ୍ତେ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଦ୍ୟାଳୟରେ ବର୍ତ୍ତମାନ ୨୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଗଣିତ ବିଷୟର ଶିକ୍ଷକଙ୍କ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବ୍ୟାହତ ହେଉଛି ଏବଂ ସେମାନେ ଗଣିତ ଶିକ୍ଷା ଗ୍ରହଣରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ଗୁରୁତର ସମସ୍ୟା ପ୍ରତି ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଏହି କାଯ୍ୟକ୍ରମରେ ଏସ ଏମ ସି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

