ବୋଲଗଡ଼,୧୩/୦୪(ସୁଶାନ୍ତ କୁମାର ପ୍ରଧାନ): ଆମ ଓଡ଼ିଆ ପରମ୍ପରାରେ ଦଣ୍ଡ ଉପାସନା ଏକ ବିଶେଷ ପରମ୍ପରା। ଏହି ଦଣ୍ଡ ଉପାସନା ଭକ୍ତି ଓ ନିଷ୍ଠାର ସହିତ କରାଯାଏ। ପଣା ସଂକ୍ରାନ୍ତି ପୂର୍ବରୁ ୨୧ ଦିନ କିମ୍ବା ୧୩ ଦିନ ଦଣ୍ଡ ଉପାସନା ଧାରୀ ମାନେ ନିଷ୍ଠା ର ସହ ପାଳନ କରି ପଣା ସଂକ୍ରାନ୍ତି ଦିନ ବ୍ରତ ସମାପନ କରିବା ସହିତ ପଣା ସଂକ୍ରାନ୍ତି ପରଦିନ ମଣିଆ ‘ମା’ ଶୁଦ୍ଧି କ୍ରିୟା କରି ଭୋଜି ଭାତରେ ଆପ୍ୟାୟିତ ହୋଇ ନିଜ ନିଜର ଘରକୁ ଫେରିଥାନ୍ତି। ଏହି ଦଣ୍ଡ ପରମ୍ପରା ରେ ମଣିଆ ‘ମା’ ର ଶୁଦ୍ଧି କ୍ରିୟାକୁ ନେଇ ଅନେକ କିମ୍ବଦନ୍ତୀ ରହିଅଛି। କିଛି ଦଣ୍ଡ ଉପାସନା ଧାରୀ ମାନଙ୍କ କହିବା ଅନୁଯାୟୀ। ହିନ୍ଦୁ ଧର୍ମ ସଂସ୍କୃତି ଓ ପରମ୍ପରା ର ମୂଳ ହେଉଛି ସନାତନ ଧର୍ମ। ଦେବା ଦେବୀ ମୁନି, ଋଷି ହେଉଛନ୍ତି ସନାତନ ଧର୍ମର ଆଧାର। ସେହି ଋଷି ଋଷି କଳହ ମଧ୍ୟରେ ଜନ୍ମ ନେଇଛି ଦଣ୍ଡ ଉପାସନାର ଧୂପାହୂତିଯଜ୍ଞ। ଯାହାର ଶେଷ ହୋଇଥାଏ ମଣିଆ ‘ମା’ ର ଶୁଦ୍ଧି କ୍ରିୟା ରେ। ଦେବର୍ଷି ଓ ବ୍ରହ୍ମର୍ଷି ଘୃତ ଯଜ୍ଞ ବିବାଦ କୁନେଇ ରାଜର୍ଷି ବିଶ୍ଵାମିତ୍ର ଊଷିଙ୍କୁ ଅବହେଳା କରିଥିଲେ। ସେତେବେଳେ ରାଜର୍ଷି ବିଶ୍ୱମିତ୍ର ଊଷି ଝୁଣା ଧୂପରେ ଆହୁତି ଦେଇ ଯଜ୍ଞ ଆରମ୍ଭ କରିଥିଲେ। ସେ ସମୟରେ କିଛି ସାଧାରଣ ଲୋକ ମାନଙ୍କୁ ନେଇ ଯଜ୍ଞ ଆରମ୍ଭ କରି ସଂକଳ୍ପ କଲାବେଳେ ମଣିଆ ନାମକ ଏକ ଯୁବକ ଯାର ବାପା ନଥିଲେ ତାଙ୍କ ପାଖରେ ଆସି ପହଞ୍ଚିଲେ ,ଋଷି ମାନେ ମଣିଆକୁ ମଧ୍ୟ ସଂକଳ୍ପ କରାଇଲେ। ଏହି ଝୁଣା ଧୂପଯଜ୍ଞ ଆହୁତି ଚାଲିଥିବା ବେଳେ ମଣିଆ ନାମକ ଯୁବକର ମାତୃ ବିୟୋଗ ଘଟିଥିଲା। ସମସ୍ତ ଋଷି ଓ ଋଷି ପୁତ୍ର ମାନଙ୍କର ଦଶମ ଦିନ ଶୁଦ୍ଧି କ୍ରିୟା ହୋଇ ନଥାଏ। ଊଷି ମାନଙ୍କର ୧୩ଦିନରେ ଶୁଦ୍ଧି କ୍ରିୟା ହୋଇ ଥାଏ। ସମସ୍ତ ଋଷି ପୁତ୍ର ମାନେ ମଣିଆ ‘ମା’ର ଶୁଦ୍ଧି କ୍ରିୟା କରିବା ପାଇଁ ଆଗ ଭର ହୋଇଥିଲେ। ଯାହାକି ପରବର୍ତ୍ତୀ ସମୟରେ ପରମ୍ପରା କ୍ରମେ ମେରୁ ସଂକ୍ରାନ୍ତି ପରଦିନ ମଣିଆ ‘ମା’ର ଶୁଦ୍ଧି କ୍ରିୟା ରେ ପୋଖରୀ ହୁଡାରେ କ୍ଷୌର କର୍ମସାରି ଏବଂ କ୍ରିୟା କର୍ମକରି ସମସ୍ତ ଶୁଦ୍ଧି ହୋଇ ଭୋଜି ଭାତର ଆଶର ଜମାଇ ନିଜ ନିଜ ଘରକୁ ଫେରି ଥାନ୍ତି ବୋଲି ଲୋକକଥା ରହିଛି।

