ଫୁଲବାଣୀ,୧୧।୦୯(ସୁନୀଲ ପଟନାୟକ):ପୁଣି ଦନ୍ତା ହାତୀ ଆକ୍ରମଣ ରେ ଜଣଙ୍କ ମୃତ୍ୟୁ ଘଟିଛି l ଗତ କିଛି ମାସ ମଧ୍ୟରେ ହାତୀ ଆକ୍ରମଣ ରେ ପାଖାପାଖି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛିବିଶେଷ କରି ଜି ଉଦୟଗିରୀ ଓ ଟିକାବାଲି ଜଙ୍ଗଲ ବିଭାଗ ରେଞ୍ଜ ଅଞ୍ଚଳ ରେ ହାତୀ ଉପଦ୍ରବ ଥମିବାର ନାଁ ନେଉନି l ଜଙ୍ଗଲ ବିଭାଗ ର ଅଧସ୍ତନ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡି ଏଫ୍ ଓ ପର୍ଯ୍ୟନ୍ତ ଆନ୍ତରିକ ଉଦ୍ୟମ କରୁଥିଲେ ମଧ୍ଯ ହାତୀ ଘଉଡ଼ାଇବା ରେ ସଫଳ ହୋଇପାରୁନାହାନ୍ତିl ଗତ କାଲି ଟିକାବାଲି ରେଞ୍ଜ ଅଧୀନ ପିକରଡୀ ପଂଚାୟତ ର କlମ୍ବlନlଯୁ ଗ୍ରାମର ପ୍ରାଣେ ଶ୍ୱର୍ ମଲିକ ନାମକ ୫୮ବର୍ଷୀୟ ବ୍ୟକ୍ତି ଙ୍କୁ ନିଜ ଘର ନିକଟରେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ଘଟିଥିଲା l ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବା ସହ ଲୋକେ ଜାଗା ଅଭାବ ରୁ ଜଙ୍ଗଲ ପାଖରେ ଘର ନିର୍ମାଣ କରି ବସତି ସ୍ଥାପନ କରି ବା ରୁ ହାତୀ ଘର ପାଖକୁ ଖାଦ୍ୟ ଅନ୍ୱେଷଣ ରେ ଚାଲି ଆସି ଏଭଳି କାଣ୍ଡ ଭିଆଉଥିବl କୁହାଯାଊଛି l ଜଙ୍ଗଲ ବିଭାଗ ଡି ଏଫ୍ ଓ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ପରିବେଶ ବିତ, ପଶୁ ପ୍ରେମୀ ମତ ପ୍ରକାଶ କରିଛନ୍ତି l

