ପୁରୁଷୋତ୍ତମପୁର,୨୯।୭( ଶୁଭଙ୍କରୀ ଦାଶ): ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ଦିବସ ଉପଲକ୍ଷେ ପୁରୁଷୋତ୍ତମ ପୁର ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ମହା ଆଡମ୍ବର ରେ ପାଳିତ ହୋଇଛି l ସକାଳ ୬ ଘଣ୍ଟ ସମୟରେ ଶିବାନନ୍ଦ କୋଚିଂ କେନ୍ଦ୍ରର ସମସ୍ତ ଛାତ୍ର,ଛାତ୍ରୀ ଏବଂ ଗୁରୁ ଭାଇ ଭଉଣୀ ଙ୍କ ଉପସ୍ଥିତି ରେ ନଗର ପରିକ୍ରମା କରା ଯାଇଥିଲା l ସକାଳ ୯ ଘଣ୍ଟ ସମୟରୁ ଗୁରୁ ପଦପୂଜା, ଭାଗବତ ଗୀତା, ଗୁରୁବାଣୀ ଅଧୟନ, ଅର୍ଚ୍ଚନା, ଭଜନ କୀର୍ତ୍ତନ ସହ ସତସଙ୍ଗ କାର୍ଯ୍ୟକ୍ରମ ଏବଂ ନାରାୟଣ ସେବା ସହ ମଧ୍ୟାହ୍ନ ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ସଭାପତି ଜତିରାଜ ଦାଶ, ସମ୍ପାଦକ କେ. ବାବୁ ରାଓ, ଗଗନ କୁମାର ସାହୁ, ବୁଲୁ ସ୍ୱାଇଁ, ରାମ ରାଘବ ଦାଶ, ପ୍ରଶାନ୍ତ ସେନାପତି, ପ୍ରଶାନ୍ତ ବେହେରା, ରଘୁନାଥ ମହାରଣା, ନାରାୟଣ ପାଣିଗ୍ରାହୀ, ଭିକାରୀ ନାୟକ, ଯୋଗୀ ସାହୁ, ସଞ୍ଜୟ ସମେତ ଗୁରୁ ଭାଇ ଓ ଭଉଣୀ ମାନଙ୍କ ସହଯୋଗ ରେ ସତସଙ୍ଗ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

