ଫୁଲବାଣୀ,୨୯/୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସଦର ମହାକୁମା ଫୁଲବାଣୀ ସହର ରେ ମୁଖ୍ୟ ରାସ୍ତା ଠୁ ଆରମ୍ଭ କରି ସର୍କୁଲାର୍ ରାସ୍ତା ଜିଲାପାଳ ଓଏସପି କାର୍ଯ୍ୟାଳୟ, ଆଦି ଚାରିଆଡେ ବୁଲା ଗାଈଗୋ ରୁ ଙ୍କ ପଦୂର୍ଭାବ ଦେଖିବlକୁ ମିଳିଛି l ବୁଲା ଗାଇ ଗୋରୁ ସଂଖ୍ୟା ଦିନକୁ ଦିନ ବହୁ ମାତ୍ରା ରେ ବୃଦ୍ଧି ପାଉଛି! ଗାଈଗୋରୁ ରାସ୍ତା ଉପରେକେଉଁଠି ଶୋଇରହୁଛନ୍ତି ତ କେଉଁଠି ଘଣ୍ଟା ଘଣ୍ଟା ଠିଆ ହୋଇ ରହୁ ଛନ୍ତି l ଫଳରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l ବିଭିନ୍ନ ସମୟ ରେ ଦୁର୍ଘଟଣା ମାନ ଘଟୁଛି l ସନ୍ଧ୍ୟାରେ ଗାଈଗୋରୁ ଜଗନ୍ନାଥ ମନ୍ଦିର ର ଠାରୁ ଆରମ୍ଭ କରି ପି ଡବ୍ଲ୍ୟୁ ଡି ଛକ, ଶଶୀଦୋକାନ ଛକ, ଏସପି ଅଫିସ ସମ୍ମୁଖ, କୋର୍ଟ ଛକ, ଗୋପବନ୍ଧୁ ଛକ, ଥାନା ନିକଟ ଚାଟ ଦୋକାନ ସମ୍ମୁଖ ,ପୋଷ୍ଟ ଅଫିସ ଛକ, ଏଫସି ଆଇ ଛକ, ପେଂଜିସାହି ଛକ, ଆରଟିଓ ରୋଡ଼, ଡି ଆର ଡିଏ ଛକ, ହନୁମାନ ମନ୍ଦିର, ହାଟପଦା ,ଫିଲ୍ମ ହଲ, ନାରାୟଣୀ ଛକ, ମାଦି କୁନ୍ଦା ଛକ, କଲେଜ ଛକ ରେ ସର୍ବଦା ଗାଇ ଷଣ୍ଢ ଲଢେଇ ଚାଲିଥିବା ଦେଖିବାକୁ ମିଳୁଛି! ହାଟ , ପରିବା ମାର୍କେଟ ରେ ଅବାଧ ରେ ଗାଇ ଗୋରୁ , ଷଣ୍ଢ ବୁଲୁଛନ୍ତି l ଗାଇ ଷଣ୍ଢ ଭୟରେ ଲୋକେ ହାଟ ଭିତରକୁ ପଶୁ ନାହାନ୍ତି! ଡୈଲୀ ମାର୍କେଟ ସମ୍ମୁଖରେ ପରିବା ଚୋପା ଓ ପଚାଶଢା ପରିବା ଖାଇବାକୁ ଜମା ହୋଇ ଟ୍ରାଫିକ ଯାମ ହୁଏ! ଏକ ବର୍ଷ ତଳେ ମୁନସିପାଲିଟି ର ଜଣେ ଲୋକ ସହର ର ଗାଇ ଗରୁ ଙ୍କୁ ଘଉଡ଼ାଇ ବା ପାଈଁ ନିୟୋଜିତ ଥିଲା! ଗାଈଗରୁ ମାନଙ୍କୁ ସହର ବାହାର କୁ ପାଞ୍ଚ କିମି ଦୂର ବର୍ତ୍ତୀ ଭେଟଖୋଲ ଘାଟି ରେ ଅନ୍ୟୁନ ତିନିଶହ ଗାଈଗରୁ ଙ୍କୁ ଛାଡି ଆସୁଥିଲେ! କିନ୍ତୁ ସେହି ଗାଈଗରୁ ପୁନର୍ବାର ସହରକୁ ଫେରି ଆସୁଛନ୍ତି! ଅତୀତରେ କାଞ୍ଜିଆ ହୋତା ଘର ଥିଲା ସେଠାରେ ଗାଈଗରୁ ଙ୍କୁ ଜବତ କରି ରଖା ହେଉଥିଲା ତାଲା ପକାଇ! ଖାଇବା ପିଇବା କୁ ଦିଆ ଯାଉଥିଲ! ଗାଈର ମାଲିକ ମାନେ ଏନ ଏ ସି କୁ ଜୋରିମାନା ଦେଇ ଗାଇ ମୁକୁଳାଉଥିଲେ! ଏବେ ଗାଇ ମାଲିକ କିଏ ଜଣା ପଡୁନାହିଁ! କିଛି ମାଲିକ ଗାଈଗରୁ ର ଯତ୍ନ ନେଉଥିବା ବେଳେ ଅଧିକାଂଶ ଲୋକଙ୍କ ଗାଇ ଗରୁ ଅବାଧରେ ସହର ସାରା ବୁଲୁଛନ୍ତି! ସହର କୁ ଛାଡି ଦେଲେ ୧୩ ଟି ୱାର୍ଡ ର ଶତାଧିକ ସାହି ଓ ଗଳି ରେ ଗାଈଗୋରୁ ବେଧଡକ ବୁଲୁଛନ୍ତି! ଏବେ କାଞ୍ଜିଆ ହୋତା ଆଉ ନାହିଁ! ଗ୍ରାମାଞ୍ଚଳରେ ଗାଇ ଚରାଇବା ପାଈଁ ପ୍ରତିଦିନ ପାଳି କରି ପ୍ରତ୍ୟେକ ଲୋକ ଗାଇ ଚରାଇଥାନ୍ତି!ସେସବୁ ସହର ରେ ନାହିଁ ବୋଲି କୁଇ ସମାଜର ନେତା ତଥା ବରିଷ୍ଠ ଆଇନଜୀବୀ ମତ ବ୍ୟକ୍ତ କରିଛନ୍ତି! ଗାଇ ପରେ ଏବେ ବୁଲା କୁକୁର ସଂଖ୍ୟାମାତ୍ରଧିକ ବଢିଛି! ବାଇକରେ ଯିବା ଲୋକଙ୍କୁ କୁକୁର ଗୋଡାଉଛିଆରଟିଓ ଓ ପେଂଜିଶାହିଁ ଛକରେ!, ଫୁଲବାଣୀ ସହର ରେ ସନ୍ଧ୍ୟା ହେଲେ ରାସ୍ତାର ବତୀ ଖୁଣ୍ଟ ର ମିଞ୍ଜି ମିଞ୍ଜି ଆଲୋକ ରେ ଭଲରେ ରାସ୍ତା ଦିସୁ ନାହିଁ! ସାନ ସାନ ଏଲ ଇ ଡି ଲାଇଟ ଯଥେଷ୍ଟ ହେଉ ନାହିଁ!ରାତିରେ ମାଟିଆ ରଙ୍ଗର ଗାଇ ରାସ୍ତାରେ ସୋଇଥିଲେ ଦେଖାଯାଉ ନାହିଁ! ଲୋକେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି! ରାସ୍ତାରେ ଥିବାନିଷ୍ପ୍ରଭ ଆଲୋକ କୁ ଉଚ୍ଚ କ୍ଷମତା ସମ୍ପନ୍ନ ଆଲୋକର ବ୍ୟବସ୍ଥା କରାଯିବାକୁ ଶ୍ରୀ କଂହର ଦାବୀ କରିଛନ୍ତି! ଚିଲରେନ୍ସ ପାର୍କରେ ହେଉଥିବା ୱାଟର ସ୍ପ୍ରିଙ୍କଲର ର ଚାନ୍ଦିନୀ ରେ ସିମେଣ୍ଟ ଢ଼ଳେଇ କରାଯିବା ଉଚିତ ନଚେତ ଶୀଘ୍ର ଭୁଶୁଡିଯିବ ବୋଲି ବହୁ ଅଭିଯୋଗ ମିଳୁଛି! ଶିଶୁ ପାର୍କ କୁ ଧ୍ୱସ୍ତ କରା ଯାଇ ସେଠାରେ ଫୁଡ କୋର୍ଟ କରାଯଉଥିବା ଯଦିଓ ସ୍ୱାଗତ ଯୋଗ୍ୟ ଶିଶୁ ମାନଙ୍କ ପାଇଁ ପାର୍କକେବେ କରାଯିବ ବୋଲି ଲମ୍ବୋଦର କଂହର କରିଛନ୍ତି! ମରାମତି କରା ନ ଯାଇ ସମ୍ପୂର୍ଣ ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ ଓ ଖେଳନା ପକ୍କା ଢାଞ୍ଚା ଭଙ୍ଗା ଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି! ଏସବୁ ଅବ୍ୟବସ୍ଥା ଜନସାଧାରଣ ଓ ଶିଶୁ ମାନଙ୍କର ବୃହତ ସ୍ୱାର୍ଥ ଦୃଷ୍ଟିରୁ ବ୍ୟବସ୍ଥିତ କରିବାକୁ ସେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି!

