ଖୋରଧା,୭।୮(କେଦାର ନାଥ ସାହୁ):ଖୋର୍ଦ୍ଧା ବ୍ଲକ ପୁବୁସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କପୁଳେଶ୍ୱରପୁରସ୍ଥିତ ସୋନି ମନ୍ଦିର ନିକଟରେ ଦୀର୍ଘଦିନର ଦାବି ପରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ଗ୍ରାମବାସୀଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ କାର୍ଯ୍ୟଟି ଦୀର୍ଘଦିନ ଧରି ଅଟକି ରହିଥିଲା। ଏହାକୁ ନେଇ ଦାଏର ହୋଇଥିବା PIL ମାମଲାରେ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଡ୍ରେନ୍ କାର୍ଯ୍ୟ ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଛି।ଆଜି ବିଡିଓ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ , ଆଦର୍ଶ ଥାନା ଅଧିକାରୀ ଶ୍ରୀ ରମେଶ ଦେବତା ଓ ପୋଲିସ ପ୍ରଶାସନର ସହଯୋଗରେ ଡ୍ରେନ୍ ନିର୍ମାଣ ଆରମ୍ଭ ହୋଇଛି ।ଏଥିରେ ସ୍ଥାନୀୟ ସରପଞ୍ଚ ,JE ଶ୍ରୀ ଚିନ୍ମୟ ସ୍ୱାଇଁ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ବ୍ଲକ କର୍ମଚାରୀ, ସ୍ଥାନୀୟ ୱାଡ ମେମ୍ବର ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।ଅଞ୍ଚଳର ଅତିରିକ୍ତ ଜଳ ତଳମୁହାଁ ହୋଇ ଗ୍ରାମ ଓ ମନ୍ଦିର ନିକଟରେ ଜଳଜମା ହୋଇ ଅପରିଚ୍ଛନ୍ନତା ସୃଷ୍ଟି କରୁଥିଲା। ନିର୍ମାଣାଧୀନ ଡ୍ରେନ୍ ମାଧ୍ୟମରେ ଏହି ଜଳକୁ ନିଷ୍କାସନ କରି ମନ୍ଦିର ପଛପଟେ ଥିବା ସରକାରୀ ଜମି ପର୍ଯ୍ୟନ୍ତ ନେଇଯିବାର ବ୍ୟବସ୍ଥା ହେଉଛି। ଏହା ଦ୍ୱାରା ଗ୍ରାମର ପରିଚ୍ଛନ୍ନତା, ଜଳ ନିଷ୍କାସନ ଓ ଜନସ୍ୱାସ୍ଥ୍ୟରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।[9/7, 10:51 PM] INDIA-NGO Account: ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l ଖୋରଧା,୭।୮(କେଦାରନାଥ ସାହୁ):ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ସ୍ମିଥ ପାରୁଶୋତ୍ତମ୍ ଦାସ ଙ୍କ ମିଳିତ ଅଧ୍ୟକ୍ଷତାରେ ଆଜିର ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋରଧା,ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ( ଅଭିଯୋଗ ) ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ ୮୬ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୬୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୧ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଶ୍ରୀ ଋତୁରାଜ ଅଭିଯୋଗ ଶିବିରରେ ୫ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ l ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସି .ଏସ .ଓ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ,ସମସ୍ତ ବି ଡି ଓ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର,ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ, ଶ୍ରୀ ଅଶୋକ କୁମାର ବେହେରା, ଉପନିର୍ଦେଶକ ଯୋଜନା ଓ ସଂଯୋଜନା ଶ୍ରୀ ଶଙ୍କର ବେହେରା, ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ , ସଦର ତହସିଲଦାର ବିଭାଷ୍ ପାଣିଗ୍ରାହୀ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ର ସଦସ୍ୟମାନେ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟସରକାରଙ୍କ ଲ୍ୟାପଟପ୍ ଯୋଗାଇଦେବା ଯୋଜନାରେ ଦୃଷ୍ଟି ବାଧିତ ସ୍ବପ୍ନ ରାଣୀ ବିହାରୀ,ପି .ଏନ. ଅଟୋନୋମସ କଲେଜ ର ସୁଶ୍ରୀ ସ୍ଵୟମ୍ ପ୍ରଜ୍ଞା ନାୟକ,କେ. ବି. ସି ବାରଙ୍ଗ, ଅଂଶୁମାନ ସାହୁ,ବି ଜେ. ପି .ଅଟୋନୋମସ କଲେଜ ଭୁବନେଶ୍ୱର ରଚନା ଜେନା,ଆର. ଡି, ଓମେନ୍ସ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର, ସୌଭାଗ୍ୟ ସାହୁ,ବି. ଜେ. ପି, ଅଟୋନୋମସ, କଲେଜ, ଭୁବନେଶ୍ୱର, ବିଷ୍ଣୁପ୍ରିୟା ବେହେରା,କେ .ସି .ପି .ଏ. ଏନ. କଲେଜ ବାଙ୍କୋଇ, ଆଲୋକ କୁମାର ଲେଙ୍କା, ବିଜୁ ପଟ୍ଟନାୟକ ସ୍ନାତକ ବିଜ୍ଞାନ ଓ ଶିକ୍ଷା କଲେଜ ଭୁବନେଶ୍ୱର, ମନୋଜ କୁମାର ବାରିକ, ରାଜଧାନୀ ସ୍ନାତକ କଲେଜ ଭୁବନେଶ୍ୱର ଏବଂ ଜିତେନ୍ଦ୍ର ନାୟକ, ରାଜଧାନୀ ସ୍ନାତକ କଲେଜ ଭୁବନେଶ୍ୱର ଙ୍କୁ ଲାପଟପ୍ ପ୍ରଦାନ କରି ତାଙ୍କ ଉଚ୍ଚତର ଶିକ୍ଷା ଗ୍ରହଣ ର ମଙ୍ଗଳ କାମନା କରିଥିଲେ l

