ହିଞ୍ଜିଳି/ଶେରଗଡ଼,୪/୦୪:(ରଞ୍ଜିତ ପଲାଇ):ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି ଫଳର ବାଟୋଇଙ୍କ ପାଇଁ ଏ ପର୍ଯ୍ୟନ୍ତ ଜଳଛତ୍ର ସରକାରଙ୍କ ପକ୍ଷରୁ ଖୋଲାଯାଇନାହିଁ ।ଅସ୍ବାଭାବିକ ତାପମାତ୍ରାର ବୃଦ୍ଧି ୩୭ ଡିଗ୍ରୀ ଉପରେ ରହୁଛି ଯାହା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି। ପିଇବା ପାଣିର ଚାହିଦା ବୃଦ୍ଧି ପାଇବା ବେଳେ ପାଣିବୋତଲ ଚଢାଦରେ ବିକ୍ରି ଯୋଗୁଁ ବାଧ୍ୟତାମୂଳକ ଭାବେ ବାଟୋଇ ଟି ଅଚିହ୍ନା ଅଜଣା ଦୋକାନଠୁ କ୍ରୟ ବେଳେ କେଉଁଠି ନାଁ କେଉଁଠି ସାମାନ୍ୟ ପାଟିତୁଣ୍ଡ ହେବା ଦେଖିବା ମିଳେ । ଉଭୟ ଅଞ୍ଚଳରେ ଥିବା ରାସ୍ତା କଡରେ ଥିବା ବିଭିନ୍ନ ଦୋକାନରେ ବେଆଇନ ଭାବେ ତିଆରି ହୋଇଥିବା ପାଣି ବୋତଲ ଚଢା ଦରରେ ପଥଚାରୀଙ୍କୁ ମିଳୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାବେଳେ ହିଞ୍ଜିଳି ପୌରପରିଷଦ , ହିଞ୍ଜିଳି ପଞ୍ଚାୟତ ସମିତି ଓ ଶେରଗଡ଼ ପଞ୍ଚାୟତ ସମିତି ଅଞ୍ଚଳରେ ଥିବା ସମସ୍ତ ପଞ୍ଚାୟତ ପକ୍ଷରୁ ଏ ଯାଏଁ ଜଳଛତ୍ର ଖୋଲାଯାଇନାହିଁ। ଫଳରେ ବାଟୋଇଙ୍କ ପାଇଁ ପିଇବା ପାଣି ନ ପାଇ ପଥଚାରୀଙ୍କ ସହିତ ବାଇକ ଆରୋହୀଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ କାର୍ଯ୍ୟ ନେଇ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣଜନତା ଟି ଯେତେବେଳେ ମୁଖ୍ୟ ଓ ଜନଗହଳି ରାସ୍ତାରେ ଆସୁଛି ସେତେବେଳେ ଜଳଛତ୍ର ନଥିବାରୁ ପିଇବା ପାଣି ନ ପାଇ ନିକଟସ୍ଥ ଦୋକାନରୁ ବେଆଇନ ଭାବେ ପ୍ରସ୍ତୁତ ପାଣି ବୋତଲ କ୍ରୟ କରିବା ସମସ୍ଯା ଭୋଗୁଛନ୍ତି । ତେଣୁ ଉଭୟ ହିଞ୍ଜିଳି ଓ ଶେରଗଡ଼ ବ୍ଳକ ସହିତ ହିଞ୍ଜିଳି ପୌର ପରିଷଦ ପକ୍ଷରୁ ପଥଚାରୀ ଙ୍କ ନେଇ ଜଳଛତ୍ର ଖୋଲିବା ସହ ବେଆଇନ ଭାବେ ପାଣି ବୋତଲ ବିକ୍ରି କରୁଥିବା ବେନାମୀ ପାଣି କମ୍ପାନୀର ପାଣିକୁ ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହେଉଛି ।

