ନୂଆପଡ଼ା: ୨୩/୦୩ : (ପରମେଶ୍ୱର ମେହେର): ଜିଲ୍ଲା ଖଡିଆଳ ସହରରେ ଲାଲ ସାହେବ ପଡ଼ା ରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ର ନିର୍ଦେଶକ ଧର୍ମେଶ ମେହେର ପୁଣି ଏକ ସମ୍ମାନ ର ଅଧିକାରୀ ହୋଇଥିବା ଜଣାପଡିଛି l ଭାରତ ଗ୍ଲୋରୀ ରତ୍ନ ଆୱାର୍ଡ ରେ ସମ୍ମାନିତ ହୋଇଛନ୍ତି | ମାର୍ଚ୍ଚ 23 2026, ଶହୀଦ ଦିବସ ଉପଲକ୍ଷେ Oasis World Record ତରଫରୁ ଭାରତ ଗ୍ଲୋରୀ ରତ୍ନ ଆୱାର୍ଡ 2026 ଅନୁଷ୍ଠିତ କରାଯାଇଥିଲା | ଏଥିରେ ବିଭିନ୍ନ କ୍ଷେତ୍ରରେ ନାମ କମେଇଥିବା କଲାକାର ମାନଙ୍କୁ ପ୍ରାୟ 50 ରୁ ଉର୍ଧ୍ଵ କଳାକାର ଙ୍କୁ ସମାନିତ କରାଯାଇଥିଲା | ଏହି ପ୍ରୋଗ୍ରାମ ରେ ଧର୍ମେଶ ମେହେର ଙ୍କୁ ଭାରତ ଗ୍ଲୋରୀ ରତ୍ନ ଆୱାର୍ଡ ରେ ସମ୍ମାନୀତ କରାଯାଇଥିବା ଜଣାପଡିଛି || ଧର୍ମେଶ ମେହେର ଓଡିଶା ରେ ଜଣେ ଜଣାଶୁଣା ନୃତ୍ୟ ଗୁରୁ, କରାଟେ ଗୁରୁ ଏଵଂ ଜୁମ୍ବା ଟ୍ରେନର ଓ ଯୋଗା ଗୁରୁ ଭାବେ ପରିଚିତ | ନିଜର ପ୍ରତିଭା ବଳ ରେ ବିଭିନ୍ନ ଲୋକ ମହୋତ୍ସବ ସମେତ ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ପ୍ରତିଯୋଗିତା ସହ ବଡ଼ ବଡ଼ ଟିଭି ସୋ ରେ ଯୋଗଦେଇ ଅନେକ ସଫଳତା ଅର୍ଜନ କରିଛନ୍ତି | ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ବିଭିନ୍ନ ଅନୁଷ୍ଠାନ କୁ ଯାଇ ନୃତ୍ୟ ଓ କରାଟେ ଶିକ୍ଷା ଦେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ନୂଆପଡା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ସହ ଅନେକ ସମ୍ମାନ ର ଅଧିକାରୀ ବୋଲି ସବୁବେଳେ ସାଧାରଣ ରେ ଏକ ଚର୍ଚିତ ଚେହେରା ପ୍ରତିପାଦନ କରି ସାରିଛନ୍ତି l ଧର୍ମେଶ ମେହେର ନିଜ ଅଞ୍ଚଳ ର ଛାତ୍ର, ଛାତ୍ରୀ ଙ୍କୁ ଆଗକୁ ବଢେଇବାର ପ୍ରୟାସ ପାଇଁ ସବୁବେଳେ ଜନ ମାନସରେ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି |

