ଫୁଲବାଣୀ, ୨୪/୦୩:(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ନେଡିପଦର ଠାରେ ଥିବା ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟ ର ହଷ୍ଟେଲ ରେ ରହି ପାଠ ପଡୁଥିବା ଜନୈକ ନବମ ଶ୍ରେଣୀର ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ ଦେବା ଘଟଣାରେ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି I ତେବେ ଏହି ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ରେ ବିଦ୍ୟାଳୟ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ତୃପ୍ତିମୟୀ ପ୍ରଧାନ ଙ୍କୁ ଚାକିରିରୁ ନୀଲମ୍ୱିତ କରାଯାଇଥିବା ବେଳେ ମେଟ୍ରନ ଦାୟିତ୍ୱ ରେ ଥିବା ରିଙ୍ଗିମା ପ୍ରଧାନ ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି I ସେହିପରି ଏହି ଘଟଣା ରେ ହଷ୍ଟେଲ ପରିଚାଳନା ଦାୟିତ୍ୱ ରେ ଥିବା ବିଦ୍ୟାଳୟ ର ପାଞ୍ଚଜଣ ଶିକ୍ଷୟିତ୍ରୀ ଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ସେମାନେ ହେଲେ ରାଧାରାଣୀ ଗାଣ୍ଠିଆ, ଶକୁନ୍ତଳା ସ୍ୱାଇଁ, ଏସପି ପ୍ରିୟଦର୍ଶିନୀ, ସସ୍ମିତା ଦାଶ ଓ କଲ୍ୟାଣୀ କହଁର I ଅନ୍ୟପଟେ ଏହି ଘଟଣାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଂଜନ କୁମାର ପାଢ଼ୀ ଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିବା ପାଇଁ ଜିଲ୍ଲାପାଳଆଦିବାସୀ କଲ୍ୟାଣ ବିଭାଗ କୁ ଚିଠି କରିଥିବା ସୂଚନା ମିଳିଛି I ସୂଚନା ଅନୁସାରେ ଗତ ୧ ତାରିଖ ଦିନ ଏହି ବିଦ୍ୟାଳୟ ର ହଷ୍ଟେଲ ରେ ରହି ପାଠ ପଡୁଥିବା ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀ ନିଜ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ I ନାବାଳିକା ଜଣକ ସେହି ପୁତ୍ର ସନ୍ତାନ କୁ ଜନ୍ମ ଦେବା ସମୟରେ ନାବାଳିକା ଜଣକ ନଅ ମାସର ଗର୍ଭ ବତୀ ଥିଲେ I ତେବେ ଏହା ଆଗରୁ ନାବାଳିକା ଜଣକ ଗର୍ଭ ଧାରଣ କରିବାର ଆଠ ମାସ ଯାଏ ବିଦ୍ୟାଳୟ ର ହଷ୍ଟେଲ ରେ ରହି ଆସୁଥିଲେ ମଧ୍ୟ ନାବାଳିକା ଜଣକ ଗର୍ଭ ବତୀ ହେବା ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣି ପାରିନଥିଲେ I ଘଟଣାକୁ ନେଇ ନାବାଳିକା ର ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇତିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧ୍ୟ ଫିରିଙ୍ଗିଆ ଥାନାରେ ଘଟଣା ବିଷୟରେ ଏକ ଲିଖିତ ଅଭିଯୋଗ କରିଥିଲେ I ପରିବାର ଲୋକଙ୍କ ଅଭିଯୋଗ ଆଧାର ରେ ଗୋଛାପଡା ଥାନା ପୋଲିସ ସେହି ଗୋଛାପଡା ଅଂଚଳର ଜଣେ ବିବାହିତ ଯୁବକ ଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଥିଲା I ଓ ଯୁବକ ଜଣକ ନାବାଳିକା ର ଜଣେ ସମ୍ପର୍କୀୟ ଭାଇ ବୋଲି ମଧ୍ୟ ଜଣାପଡିଥିଲା I ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ପରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଜିଲ୍ଲା ମଙ୍ଗଳ ଅଧିକାରୀ ରବି ମିଶ୍ର ଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ I ମଙ୍ଗଳ ଅଧିକାରୀ ଙ୍କ ତଦନ୍ତ ପରେ ପ୍ରକୃତରେ ବିଦ୍ୟାଳୟ ରେ ଅବହେଳା ହୋଇଥିବା ଜଣାପଡିଥିଲା I ଜିଲ୍ଲା ମଙ୍ଗଳ ଅଧିକାରୀ ମିଶ୍ର ତଦନ୍ତ କରି ରିପୋର୍ଟ ଦେବା ପରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି l

