ଫୁଲବାଣୀ,୩୦/୦୬(ସୁନୀଲ ପଟ୍ଟନାୟକ):କନ୍ଧ ମାଳ ଜିଲ୍ଲା ରାଇକିଆ ଥାନା କେସ ସିଟି ୨୨/୨୦୧୯ ର ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ର ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜ ଜ ତଥା ପୋକ୍ସୋ ସ୍ୱତନ୍ତ୍ର ଜଜ ମନୋ ରଞ୍ଜନ ଦାସ ରାଇକିଆ ଥାନା ଅର୍ନ୍ତଗତ ଅଭିଯୁକ୍ତ ସୁମନ୍ତ ଦିଗାଲ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି l ସେହିପରି ଅଦାଲତ ପୀଡ଼ିତା ପରିବାର କୁ ୮ଲକ୍ଷ ଟଂକା ପ୍ରଦାନ କରିବା ପାଇଁ ଡି ଏଲ ଏସ ଏ କୁ ନିର୍ଦେଶ ଦେଇଛନ୍ତି l ଏହି ମାମଲl କୂ ବରିଷ୍ଠ ଆଇନଜୀବି ତଥା ସ୍ଵତନ୍ତ୍ର ପି ପି ରମେଶ ମହାନ୍ତି ପରିଚାଳନା କରୁଥିବା ବେଳେ ଡି ଡି ପି ତ୍ରିଲୋଚନ ପରିଡ଼ା, ପୂର୍ଣ୍ଣ ଚନ୍ଦ୍ର ନାଗ ପି ପି ତଦlରଖ କରିବା ସହ ଟି କନିଖ ବିବରଣୀ ରଖୁଥିଲେ l ମାମଲା ର ତଦନ୍ତ କାରୀ ଅଧିକାରୀ ଭାବେ ରାଇକିଆ ଥାନା ର ରାଜେଶ କୁମାର ଶ୍ରୀଚନ୍ଦନ, ଥାନା ଅଧିକାରୀ ନରେଶ ସାହୁ ଙ୍କ ନିରପେକ୍ଷ ଭାବେ ସବିଶେଷ ତଦନ୍ତ ରିପୋର୍ଟ ଯୋଗୁଁ ଅଭିଯୁକ୍ତ କୁ ଦଣ୍ଡ ମିଳିଥିବା କୁହା ଯାଉଛି l

