ଫୁଲବାଣୀ,୧୫/୦୬(ସୁନୀଲ ପଟ୍ଟନାୟକ):ପରିବାରୁଲୋକଙ୍କ ଚାପ ଆଗରେ ମୁଣ୍ଡ ନ ନୁହଁlଇ ନିଜ ବାହାଘର ନିଜେ ରୋକିଲେ ନାବାଳିକା ଛାତ୍ରୀ l ଫିରିଙ୍ଗିଆ ଥାନା ଅଞ୍ଚଳ ର ନାବାଳିକା କୁ ଜଣେବୟସ୍କ ଲୋକ ଙ୍କ ସହ ବିବାହ କରିବାକୁ ଜବରଦସ୍ତ କରି ଥିଲେ ପରିବାରୁଲୋକେ l ଫଳରେ ନାବାଳିକା ଜଣକ ସlରଙ୍ଗଡ ଅଞ୍ଚଳରେ ରହୁଥିବା ଜଣେ ଦୂର ସମ୍ପର୍କୀୟ ଘର କୁ ଆସିଥିଲେ l ତେବେ ସମର୍କୀୟ ମାଉସୀ ନିଜ ପୁଅ ସହ ନାବାଳିକା ସହ ବହାଘର ପାଇଁ କହିଥିଲେ l ନାବାଳିକା ନିଜକୁ ଅସୁରକ୍ଷିତ ମନେ କରି ଏହି ବାହାଘର କୁ ନିଜେ ନାବାଳିକା ଜଣଙ୍କ ସଚେତନ ହୋଈ ଶେଷରେ ଚାଇଲ୍ଡ ଲାଇନ୍ ର ହେଲ୍ପ ଡେସ୍କ ନମ୍ବର ୧୦୯୮କୁ ଫୋନ୍ କରି ନିଜ ବାହାଘର ଅଟକାଇବାରେ ସଫଳ ହୋଇଛନ୍ତି l ଯା ହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି କହିଲେ ଭୁଲ ହେବନି l ଫୋନ୍ କଲ ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ସlରଙ୍ଗଡ ଥାନା କୁ ଫୋନ କରିବା ପରେ ପୋଲିସ ତତକ୍ଷଣାତ୍ ବlହାଘର ସ୍ଥାନ ରେ ପହଞ୍ଚି ନାବାଳିକା କୁ ଉଦ୍ଧାର କରିଥିଲା l ଚାଇଲ୍ଡ ଲାଇନ ସଦସ୍ୟ ମାନେ ସେଠାରେ ପହଞ୍ଚି ନାବାଳିକା କୁ କାଉନସେଲିଂ କରିବା ପରେ ଫୁଲବାଣୀ ର ୱାନ ଷ୍ଟପ ସଖୀ ସେଣ୍ଟର୍ ରେ ରଖାଯାଇଛି ବୋଲି ସଦସ୍ୟ ଶିବ ଶଙ୍କର ବେହେରା କହିଛନ୍ତି l ଏହାପରେ ସି ଡବ୍ଲୁ ସି କୁ ହସ୍ତାନ୍ତର କରାଯିବ ବୋଲି ବେହେରା କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଚାଇଲ୍ଡ ଲାଇନ ସଂଯୋଜକ କ୍ଷୀରୋଦ ପ୍ରସାଦ ନାୟକ,ସରକାରଂକ ଏତେ ସଚେତନତା ସତ୍ତ୍ଵେ ନାବାଳିକା ବିବାହ ରେ ରୋକ ନ ଲାଗିବା ନିଶ୍ଚିତ ଦୁର୍ଭାଗ୍ୟଜନକ ଘଟଣା ବୋଲି କୁହାଯାଇପାରେ l

