ଫୁଲବାଣୀ,୦୨/୦୮( ସୁନୀଲ ପଟ୍ଟନାୟକ):ରବିବାର ମାଇ ଭାରତ କନ୍ଧମାଳ ତରଫରୁ ନିଶା ମୁକ୍ତ ଭାରତ ଗଠନ ରେ ଯୁବା ଶକ୍ତିର ଭୂମିକା ସଂକଳ୍ପ କାର୍ଯକ୍ରମ ନର୍ସିଂ କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ୍ ହୋ ଇ ଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ବି ଏସ ସି ନର୍ସିଂ କଲେଜର ଅଧ୍ୟକ୍ଷ କମଳା ଦେ ଇ ଯୋଗ ଦେଇଥିବା ବେଳେ ସନମାନିତ ଅତିଥି ଭାବରେ ମିତାଞ୍ଜଳି ରଥ, ନିବେଦିତା ପଟ୍ଟନlୟକ ଏବଂ ମାଇ ଭାରତ ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ସହକର୍ମୀ ସତ୍ୟବାନ ଦଳବେହେ ରା, ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯକ୍ରମକୁ ଦୁଇ ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ଏହି କାର୍ଯ୍ୟ କ୍ରମ୍ ଭାରତ ରେ ଦଶ ହଜାର ସ୍ଥାନ ରେ ଦୂର ଦର୍ଶନ ମାଧ୍ୟମରେ ସିଧା ପ୍ରସାରଣ ହୋ ଇ ଥିଲା l ଏହି କାର୍ଯ୍ୟ କ୍ରମ୍ ଭାରତ ର ଯଶୋ ଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲାଇଭ ଟେଲିକଷ୍ଟ ସିଧା ପ୍ରସାରଣ ହୋ ଇ ଥିଲା l ପ୍ରଧାନ ମନ୍ତ୍ରୀ ନିଶା ମୁକ୍ତି ଭାରତ ଗଠନ ଯୁବା ଶକ୍ତିର ଭୂମିକା ସଂକଳ୍ପ ଅଭିଯାନ ର ମହତ୍ତ୍ଵ ବିଷୟ ରେ ଅବଗତ କରି ଥିଲେ l ବୈଠକ ରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳ ବେହେରା ମୂଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ମିତlଞ୍ଜଳି ରଥ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

