ନୂଆପଡ଼ା,୨୨।୦୯(ପରମେଶ୍ୱର ମେହେର):ବୁକ୍ ସର୍କୁଲାର-୪୭ର ସଠିକ୍ କାର୍ଯ୍ୟକାରୀତା ଓ ଏହାର ବିଭିନ୍ନ ନିର୍ଦ୍ଦେଶାବଳୀର ପାଳନ ନେଇ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ବୁକ୍ ସର୍କୁଲାର-୪୭ର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଜନପ୍ରତିନିଧିଙ୍କ ସହ ଶିଷ୍ଟାଚାରପୂର୍ଣ୍ଣ ଆଚରଣ, ସମୟବଦ୍ଧ ପତ୍ରାଚାର ଓ ଉପଯୁକ୍ତ ରେକର୍ଡ ସଂରକ୍ଷଣ ସୁନିଶ୍ଚିତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡା. ଇଶାନୀ ମିତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

