ଖରିଆର ରୋଡ଼,୧୩/୦୬(ପରମେଶ୍ୱର ମେହେର):ନୂଆପଡ଼ାଠାରେ ନବନିର୍ମିତ ୫୦୦ ଆସନ ବିଶିଷ୍ଟ ବହୁମୁଖୀହଲ୍(Multi-purpose Hall)ରଶୁଭଉଦ୍ଘାଟନମହାସମାରୋହରେ ସମ୍ପନ୍ନ ହୋଇଯାଇଛି।ଏହି ଶୁଭ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ମାନ୍ୟବର ସାଂସଦ ଶ୍ରୀମତୀ ମାଲବିକା ଦେବୀ ଯୋଗଦେଇ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଁ (ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ, ନୂଆପଡ଼ା) ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏହି ଅଞ୍ଚଳର ସାଂସ୍କୃତିକ ଓ ସାମାଜିକ ପ୍ରଗତି ଦିଗରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଥିବାରୁ ସମସ୍ତଅଞ୍ଚଳବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛି।ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାଶ , ଖରିଆର ରୋଡ଼ ଏନ୍.ଏ.ସି. ଅଧ୍ୟକ୍ଷା ଡ. ସୋନିଆ ଗୋଲଡି ଅଗ୍ରୱାଲ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନିଶାନ୍ତ ଡ଼ାଗା, ୩ ନମ୍ବର ୱାର୍ଡର ପାର୍ଷଦ ଶ୍ରୀମତୀ ଶ୍ୱେତା ସୋନୀ, ଗ୍ରାମ୍ୟ ନିର୍ମାଣ ବିଭାଜନର ଅଧିକାରୀବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଆଧୁନିକ ବହୁମୁଖୀ ହଲ୍ ଆଗାମୀ ଦିନରେ ଆମ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ। ଆମ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସେବା ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।

