ଫୁଲବାଣୀ,୩୦/୦୩(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଂ ପଞ୍ଚାୟତ ଗୁମା ପଦର ଠାରେ ବାଲିଗୁଡା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଶାନ୍ତି ମୈତ୍ରୀ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ମକା ମିସନ ସଂପର୍କରେ ପଥପ୍ରାନ୍ତ ନାଟକ ପରିବେଷଣ କରି ସଚେତନ ସୃଷ୍ଟି କରିଥିଲେ l ବୈଜ୍ଞାନିକ ପ୍ରଣାଳୀ ରେ ମକା ଚାଷ କରି ଉଚିତ୍ ଦରରେ ବିକ୍ରୟ ସୁବିଧା ସହିତ ବିମା ସୁବିଧା ସଂପର୍କରେ କଳାକାର ମାନେ ନିଖୁଣ ଅଭିନୟ କରି ଚାଷୀଙ୍କୁ ସଚେତନ କରିଥିଲେ l ଶାନ୍ତି ମୈତ୍ରୀ ସଙ୍ଗଠନ ର ମୁଖ୍ୟ ଭଗବାନ ଜେନା ଏହି ସଚେତନ କାର୍ଯକ୍ରମ ର ନେତୃତ୍ଵ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋଜେକ୍ଟ କୋଅର୍ଡିନେ ଟ ର ସ୍ମାଇଲିନ ନାୟକ, ଓ ସି ଇ ଓ ଅଶ୍ଵିନୀ ମିଶ୍ର ପ୍ରମୁଖ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଏହି ପଥ ପ୍ରାନ୍ତ ନାଟକ କୁ ବରିଷ୍ଠ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ନିର୍ଦେଶ ରେ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ l

