ଫୁଲବାଣୀ -୨୩/୦୩( ସୁନୀଲ ପଟ୍ଟନାୟକ ) କନ୍ଧ ମାଳ ଜିଲ୍ଲା ଖଜୁରିପଡା ବ୍ଲକ ଚାରୀପଡl ର ପଦ୍ମଶ୍ରୀ ପୂର୍ଣାମାସି ଯାନି ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଚିକିତ୍ସିତ ହେଉଛନ୍ତି l ସୋମବାର ସନ୍ଧ୍ୟାରେ ଫୁଲବାଣୀ ଉପ ଜିଲ୍ଲାପାଳ ଭିକାରୀ ସାହୂ,ଫୁଲବାଣୀ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ସବ୍ ରେଜିଷ୍ଟ୍ରାର ପ୍ରମୁଖ ଡାକ୍ତର ଖlନା ଯାଇ ଅସୁସ୍ଥ ପୂର୍ଣାମlସି ଜlନୀ ଙ୍କୁ ଭେଟି ତାଙ୍କର ସ୍ଵାସ୍ଥ୍ୟ ଅଵସ୍ଥା କଥା ପଚାରି ବୁଝିଥିଲେ l ତାଙ୍କୁ ସ୍ଵତନ୍ତ୍ର କୋଠରି ରେ ରଖି ଉନ୍ନତ ମାନର ଚିକିତ୍ସା କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଉପଜିଲ୍ଲାପାଳ ସାହୂ ଓ ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ ପାତ୍ର କିଛି ଫଳ ମୂଳ ଦେବା ସହ ଜlନୀ ଙ୍କ ସ୍ଵାସ୍ଥ୍ୟ ଅଵସ୍ଥା କଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ l ସୂଚନାଯୋଗ୍ୟ, ଯେ ରବିବାର ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା। ପୂର୍ଣ୍ଣମାସୀଙ୍କ ବୟସ ଏବେ ୮୨। ଜଣେ ଆଦିବାସୀ ସନ୍ଥ ଏବଂ ଆଶୁ କବି ଭାବେ ଜଣାଶୁଣା ପୂର୍ଣ୍ଣମାସୀଙ୍କୁ ୨୦୨୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲାl

