ପୁରୁଷୋତ୍ତମ ପୁର/ହିଞ୍ଜିଳିକାଟୁ,୯।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଆସନ୍ତା ୧୪ ତାରିଖରେ ହେବ ଗଣେଶ ପୂଜା, ସେଥିପାଇଁ ପୁରୁଷୋତ୍ତମପୁର ସହର ର ବିଭିନ୍ନ ସାହିରେ ଗଣେଶ ପୂଜା ଧୁମ ଧାମ ରେ ପାଳନ ନିମନ୍ତେ ବିଭିନ୍ନ ପୂଜା କମିଟି ତରଫରୁ ସବୁ ପ୍ରକାର ପ୍ରସ୍ତୁତି ଚାଲୁଥିଲା ବେଳେ ତାକୁ କିପରି ଶାନ୍ତି ଶୃଙ୍ଖଳା ସହିତ ପୂଜା ଏବଂ ଭଷାଣି କରାଯିବ ସେଥିନିମନ୍ତେ ପୁରୁଷୋତ୍ତମପୁର ଥାନା ପରିସରରେ ପ୍ରଶାସନିକ ଅଧିକାରୀ ତଥା ତହସିଲଦାର ଏବଂ ଏକଜୁକୁଟିଭ ମାଜିଷ୍ଟେଟ ଥିବା ବିନୋଦ କୁମାର ବେହେରା, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ, ପୁରୁଷୋତ୍ତମପୁର ଥାନା ଅଧିକାରୀ କୂଳମଣି ସେଠୀ, ଏ ଏସ ଆଇ କିରଣ କୁମାର ବକ୍ସି ଓ 30,ଗୋଟି ପୂଜା କମିଟି ର କର୍ମକର୍ତ୍ତା ଏବଂ ସାମ୍ବାଦିକ ମାନଙ୍କ ଉପସ୍ଥିତି ରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା | ବୈଠକ ଆରମ୍ଭରେ ଥାନା ଅଧିକାରୀ ଗଞ୍ଜାମ ଜିଲ୍ଲା ରେ ଲାଗୁ ହୋଇଥିବା 30 ଧାରା ଅନୁସାରେ ଯେକୌଣସି କାର୍ଯ୍ୟକ୍ରମ ପାଇଁ ଏକ ସପ୍ତାହ ପୂର୍ବରୁ ଥାନା କୁ ଜଣାଇ ସେଠାରୁ ଅନୁମତି ପତ୍ର ଆଣିବାକୁ ପଡିବ | ସେହିଁ ବିଷୟ ରେ ସୂଚନା ଦେବାପରେ ଏସ୍ଡ଼ିପିଓ ସୁଜିତ ନାୟକ ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବେ ସେ ବିଷୟ ରେ ସୁଚାରୁ ରୂପେ ବୁଝାଇ ଥିଲେ | ପୂଜା ସମୟରେ ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ କଟକଣା କରା ଯାଇଛି। ଏହା ସହ କୌଣସି ଦଳ, ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ନକରିବା, ପୂଜା ମଣ୍ଡପରେ ସିସିଟିଭି ବାଧ୍ୟତା ମୂଳକ କରାଯାଇଥିଲା ବେଳେ ଉଚ୍ଚଶବ୍ଦରେ ସାଉଣ୍ଡ ନ ବଜାଇବା, ପୂଜାବେଳେ ଦୁଇଧାଡି ମହିଳା ଓ ପୁରୁଷ ଅଲଗା କରିବା | ରାସ୍ତା ଅବରୋଧ ନ କରିବା, ନିଶାସେବନକୁ ଦୃଢ଼ ଭାବେ ବାରଣ କରାଯାଇଛି। ଭସାଣି ନିର୍ଦ୍ଧାରିତ ଦିନ ଏବଂ ସମୟସୀମା ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାଏସଡ଼ି ପିଓ ସୂଚନା ଦେଇଛନ୍ତି | ଭସାଣି ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଏବଂ ମିସିନ ଦ୍ୱାରା ଠାକୁରଙ୍କୁ ବିସର୍ଜନ କରିବାକୁ ତହସିଲଦାର ପ୍ରସ୍ତାବ ଦେଇଥିଲେ | ଏହାସହ ସମସ୍ତେ ଯେପରି ଭାଇଚାରା ସୃଷ୍ଟି କରି ପୁରୁଷୋତ୍ତମପୁର ସହର ର ଟେକ ରଖି ପୂଜା କରିବେ ସେଥିପାଇଁ ମଧ୍ୟ ସତର୍କତା କରାଯାଇଥିଲା | ଶେଷରେ ଆଇ ଆଇସି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ବୈଠକ ସାଙ୍ଗ କରିଥିଲେ ||

