ଫୁଲବାଣୀ,୧୫/୦୮(ସୁନୀଲ ପଟ୍ଟ ନାୟକ):ଜିଲ୍ଲା ପ୍ରେସ କ୍ଲବ ,ଫୁଲବାଣୀଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାତ୍ମା ଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବାଲ ଗଙ୍ଗାଧର ତିଳକ, ଲାଲା ଲଜପତ୍ ରାୟ ଙ୍କ ଭଳି ପୁର୍ବଜ ମାନେ ସେ ମାନଙ୍କ ମୂଲ୍ୟବାନ ଜୀବନ ବଳିଦାନ ଦେଇ ଇଂରେଜ ମାନଙ୍କ ହାତରୁ ଦେଶ କୁ ସ୍ବାଧୀନତା ଆଣିଥିଲେ ଆଉ ସେହି ସ୍ବାଧୀନତା କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆହ୍ବାନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିନାଥ ସାହୁ, କାର୍ଯ୍ୟ କାରୀ ସଭାପତି ପ୍ରଶାନ୍ତ କୁମାର ବେହେରା,ଉପସଭାପତି ସୁଜିତ ବେହେରା, ସହ ସମ୍ପାଦକ ରମେଶ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଫିଲ ମୋହନ ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ଓ ୱେବ୍ ମିଡିଆ ସଦସ୍ୟ ମାନେ ଯୋଗ ଦେଇଥିଲେ l

