ଗଜପତି,୨୮/୦୬(ଟିକି ଲିମା):ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଅନ୍ୟତମ,ଭାରତକୁ ପୋଲିଓ ମୁକ୍ତ ରଖିବାର ଏକ ଐତିହାସିକ ସଫଳତା ଆଜି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିରେ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ର ଶୁଭାରମ୍ଭ ହୋଇଯାଇଛି ।ସରକାରଙ୍କ ନିଷ୍ପତି ପ୍ରକାରେ, ଅଦ୍ୟ ତା, ୨୮-୦୬-୨୦୨୬ ଠାରୁ ୩୦-୦୬-୨୦୨୬ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ (Intensified Pulse Polio Immunization Programme) କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପ୍ରାୟ ୬୬୩୬୫ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆଇବାର ଲକ୍ଷ୍ୟ ରଖାଯାଇଅଛି । ଏଥିପାଇଁ ଚିହ୍ନଟ କରାଯାଇଥିବା ୫୭୪ ଟି ବୁଥରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଅଛି । ଏତଦ ବ୍ୟତିତ, ୨୦ଟି ଭ୍ରାମ୍ୟମାଣ (Mobile) ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ (Transit) ୩୦ଟି ଦଳ ନିୟୋଜିତକରାଯାଇଅଛି ।ଟୀକାକରଣର ପ୍ରଥମ ଦିନ ଅର୍ଥାତ୍ ୨୮-୦୬-୨୦୨୬ (ରବିବାର) ଦିନ ଚିହ୍ନଟ କରାଯାଇଥିବା ବୁଥ ସମୂହରେ ଟୀକାକରଣ କରାଯିବ । ପରବର୍ତ୍ତୀ ଦୁଇ ଦିନ, ଟୀକା ପ୍ରଦାନକାରୀ ଦଳ ଗୃହ ପରିଦର୍ଶନ କରି ପୋଲିଓ ଟୀକା ପାଇନଥୁବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । କାର୍ଯ୍ୟକ୍ରମଟିକୁ ତଦାରଖ କରିବା ପାଈଁ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ନିୟୋଜିତ ଅଛନ୍ତି ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ CDM & PHO ଡ. ମଞ୍ଜୁ ରାଣୀ ଜେନା,DMO (MS) ଡ.ଶାନ୍ତନୁ କୁମାର ପାଢ଼ୀ, DPM ଶ୍ରୀମତୀ ସରିତା ମହାପାତ୍ର ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ DPM ଜନ ସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରି ସମାଜକୁ ପୋଲିଓ ମୁକ୍ତ ରଖିବାରେ ସହାୟକ ହେବା ପାଇଁ ଅନୁରୋଧ କରିଥିଲେ ।

