ବୁଗୁଡ଼ା,୦୨/୦୭(ଡ.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ପୋଷାକ ଓ ଜୋତା ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରା ଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ପୌରହିତ୍ଯ କରିଥିବା ବେଳେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟୁନାଗୌଡ ଓ ଅନ୍ଯାନ୍ଯ ସଦସ୍ଯ ଯୋଗଦେଇ ପୋଷାକ ବିତରଣ କରିଥିଲେ। ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇ କାର୍ଯକ୍ରମରେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଜିତେନ୍ଦ୍ରିୟ ଗୌଡ଼ ଧନ୍ଯବାଦ ଅର୍ପଣ କରିଥିଲେ।

