ହିଞ୍ଜିଳିକାଟୁ,୧୦।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ଥାନା ଅନ୍ତର୍ଗତ ଧୋବାଡି ଗ୍ରାମରେ ଘଟିଛି ଅଘଟଣ । ଅସବଧାନତାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୈନିକ ନାବାଳକଙ୍କ ମୃତ୍ୟୁ ଘଟିଛି ।ଖବରମିଳିଛିକି ଗଣେଶ ପୂଜା ଉପଲକ୍ଷେ ବାଉଁଶର ପୂଜାମେଢ଼ କରାଯାଇଛି । ଉକ୍ତ ମେଢ଼ର ଉପରେ ପାଲକୁ ବାନ୍ଧିବା ପାଇଁ ଉପରକୁ ଯାଇଥିଲେ । ଅସାବଧାନତା ଦୃଷ୍ଟିରୁ ଉକ୍ତ ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ୧୭ ବର୍ଷୀୟ ପି. ଶୁଦାଂଶୁ ପାତ୍ର । ଏହି ବିଦ୍ୟୁତ୍ ଆଘାତ ପରେ ଶୁଦାଂଶୁଙ୍କୁ ପ୍ରଥମେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସାଇରାମ ଖଟେଇ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ନାବାଳକ ଜଣଙ୍କ ଧୋବାଡି ଗ୍ରାମର ପି. ଦଣ୍ଡାସୀ ପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି। ଘଟଣାର ଖବର ପାଇ ବେଲଗାଁ ଥାନାର ଏସା ଆଇ ପ୍ରବୀଣ କୁମାର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଦୁଃଖଦ ଘଟଣାରେ ଧୋବାଡି ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

