ପୋଲସରା :(ଜନବାଣୀ): ପୋଲସରା ବ୍ଲକ ଚିରିକିପଡ଼ା ଶାସନ ଗ୍ରାମ ବାଲୁଙ୍କେଶ୍ୱର ଖେଳ ପଡ଼ିଆରେ ଆୟୋଜିତ ବାଲୁଙ୍କେଶ୍ୱର ହଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବାଲୁଙ୍କେଶ୍ୱର ଯୁବକ ସଂଘ ତରଫରୁ ଅଞ୍ଚଳର ୮ ଗୋଟି ଦଳକୁ ନେଇ ଏକ ଦିବସୀୟ ୫ ଓଭର ବିଶିଷ୍ଟ ହଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହାସହିତ ଖେଳାଳି ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ଭଲ ଖେଳ ପ୍ରଦର୍ଶନ କରି ଅଞ୍ଚଳ ପାଇଁ ଗୌରବ ଆଣିବା ପାଇଁ ପରାମର୍ଶ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ରୂପେ ବାସୁଦେବ ନାୟକ, ପୃଥ୍ୱୀରାଜ ନାୟକ, ତିର୍ଥ ନାୟକ, ଟୁଟୁନୁ ପ୍ରଧାନ, ସାଗର ସାହୁ, ରାଜିବ ସାହୁ ଉପସ୍ଥିତ ଥିଲେ। ଚିରିକିପଡ଼ା ଶାସନ, ଗୋଠଳି, ବରଗାଁ, ବର୍ତ୍ତନୀ, ନାଦୁଣୀ ବାଡ଼ି, ବୋରସିଙ୍ଗ, ବଡଦିଆପଲ୍ଲୀ, ଚି.ଶାସନ ସିକ୍କର ଇଲେଭେନ ଭାଗ ନେଇଥିବା ବେଳେ ବୋରସିଙ୍ଗ ଦଳ ବିଜୟ ଓ ଚିରିକିପଡ଼ା ଶାସନ ଦଳ ଉପବିଜେତା ହୋଇଥିଲେ। ଶିବଶଙ୍କର ସ୍ୱାଇଁ, ରିତେଶ ପ୍ରଧାନ, ଅନୁପ ସେଠୀ, ଦିପକ ସାହୁ, ଆଲୋକ ମହାପାତ୍ର ସମେତ ବାଲୁଙ୍କେଶ୍ୱର ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ।

