ବୁଗୁଡ଼ା,୧୦/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ସମର୍ପିତ ୧୨ ବର୍ଷ ପୂର୍ତ୍ତି ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବୁଗୁଡ଼ା ବଳଦେବ ମନ୍ଦିର ଠାରେ “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ରାଷ୍ଟ୍ରସେବାରେ ଅବ୍ୟାହତ ସଫଳତା କାମନା ନିମନ୍ତେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଢିଆରି ଓ ଶତାଧିକ କର୍ମୀ ଦୀପ ଲଗାଇ ସ୍ୱତନ୍ତ୍ର ପୂଜା ଓ ପ୍ରାର୍ଥନା କରିଥିଲେ l ଦେଶର ସର୍ବାଧିକ ସମୟ ଧରି ଜନକଲ୍ୟାଣ ପାଇଁ ନିରନ୍ତର ଭାବେ ସମର୍ପିତ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋଦୀ ଜୀଙ୍କ ୪,୩୯୯ ଦିନର ଐତିହାସିକ ଯାତ୍ରାକୁ ସ୍ମରଣ କରାଯିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ଗଠନର ସଂକଳ୍ପକୁ ଆହୁରି ସମର୍ଥନ କରାଯାଇଥିଲା।ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ସାମାଜିକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ଦେଶର ଉନ୍ନତି, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ !

