ଫୁଲବାଣୀ,୨୯।୧୦(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣବ୍ ର ପ୍ରଭାବ ରେ ହେଉଥିବା ଲଗାଣ ବର୍ଷା ରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରଗଡ ପଂଚାୟତ ର ନଦୀ ବନ୍ଧ ଭୁଶୁଡ଼ି ପଡ଼ିବା ଫଳରେ ପ୍ରାୟ ୪୦ପରିବାର ର ୯୦ଜଣ ଙ୍କୁ ପ୍ରଶlସନ ପକ୍ଷରୁ ଉଦ୍ଧାର କରି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରେ ସୁରକ୍ଷିତ ଭାବେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି l ସେହିପରି ଜିଲ୍ଲାର ଅନେକ ସ୍ଥାନ ରେ ଲଗାଣ ବର୍ଷା ଯୋଗୁଁ ଘର ଭୁଶୁଡ଼ି ପଡ଼ିବା ସହ ବନ୍ୟା ପାଣି ଯୋଗୁଁ ଗମନା ଗମନ ବିଛିନ୍ନ ହୋଇପଡ଼ିଛି l ଜିଲ୍ଲା ଦାୟିତ୍ୱରେ ଥିବା ପଂଚାୟତ ରାଜ ମନ୍ତ୍ରୀ ରାବୀ ନାୟକ ଗୁରୁବାର କଳିଙ୍ଗା ଜି ଉଦୟଗିରି ଓ ରାଇକିଆ ଆଦି ବ୍ଲକ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି l ସେହିପରି ଜିଲାପାଳ ବେଦ ଭୂଷଣ, ମଧ୍ଯ ବିଭିନ୍ନ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି l ପ୍ରତ୍ୟେକ ବ୍ଲକ ଅଞ୍ଚଳ ରେ ବିଡିଓ, ତହସିଲଦାର ଆର୍ ଆଇ ପ୍ରମୁଖ ସଜାଗ ରହି କ୍ଷୟକ୍ଷତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି l ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୂ ମଧ୍ଯ ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ସ୍ଥିତି ର ସମୀକ୍ଷା କରୁଛନ୍ତି l ତେବେ ପ୍ରଶାସନ ପକ୍ଷରୁ ସଠିକ ଆକଳନ କରାଯାଇନଥିବା ରୁ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ଜଣା ପଡିନାହିଁ l

