ଫୁଲବାଣୀ:୨୫/୦୬(ସୁନୀଲ ପଟନାୟକ):ବାଲିଗୁଡ଼ା ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପରିସରରେ ଫୁଲବାଣୀ ସ୍ବେଛାସେବୀ ମହସଂଘ ( ପି ଏ ଜି) ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନିକଟ ରେ ଜଣେ ସ୍ୱେଚ୍ଛା ସେବୀ ଙ୍କୁ ଆକ୍ରମଣ ଘଟଣା ର ନିନ୍ଦା କରାଯିବା ସହ ଏଥିରେ ସଂମ୍ପୃକ୍ତ ଥିବା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରଯାଇଥିଲା l ସେହିପରି ସାଂଗଠନିକ ଆଲୋଚନା ସହ ଅନ୍ୟାନ୍ୟ ଗୁରୁତ୍ବ ପୂର୍ଣ୍ଣ ଆଲୋଚନା ହୋଇଥଲା l ବୈଠକ ରେ ବନବାସୀ ସେବା ସମିତି ର ସମ୍ପାଦକ ଉତ୍ସବ ଜେନା ଙ୍କ ସମେତ ସହ ସମ୍ପାଦକ ତଥା ବରିଷ୍ଠ ସମାଜ ସେବୀ ରବୀନ୍ଦ୍ର ପଣ୍ଡା ଙ୍କ ସମେତ ପି ଏ ଜି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ l

