ଫୁଲବାଣୀ:୨୬/୦୪:(ସୁନୀଲ ପଟନାୟକ):ଫୁଲବାଣୀରେ ପାରଦ ୪୦, ଡିଗ୍ରୀ ଛୁଇଁଲା l ଫଳରେ ଗତ ସପ୍ତାହେ ହେଲା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l ସକାଳ ୮ଟା ରୁ ଗରମ ଆରଂଭ ହେଉଥିବା ବେଳେ ଦିନ ୧୨ ଟାରେ ରାସ୍ତା ଘାଟ , ଦୋକାନ ବଜାର ସବୁ ଶୂନଶାନ ହୋଇଯାଉଛି l ପ୍ରଚଣ୍ଡ ରୌଦ୍ରତାପ ରେ ସହର ଜଳୁଛି! କନ୍ଧମାଳରେ ୬୨ ପ୍ରତିଶତ ସବୁଜ ଜଙ୍ଗଲ ଥିଲେ ମଧ୍ୟ୍ୟ ଅସହ୍ୟ ଗରମ ହେଉଛି l ମୁନିସିପାଲିଟି କିମ୍ବା ସ୍ଵେଛା ସେବିସଙ୍ଗଠନ ପକ୍ଷରୁସହର ର କୌଣସି ଠାରେ ଜଳଛତ୍ରଖୋଲା ଯାଇ ନାହିଁ! ପୂର୍ବରୁ କନ୍ଧମାଳରେ ଏତେ ଗରମ ଅନୁଭୂତ ହେଉନଥିଲା! ଦାରିଙ୍ଗବାଡି଼କୁ ଓଡ଼ିଶାର କାଶ୍ମୀର କୁହଯାଏ ସେଠାରେ ବି ଗରମ! ତୁମୁଡିବନ୍ଧରେ ୩୮ ଡିଗ୍ରୀ ରହିଛି ପାରଦ! ଗରମକୁ ତରଭୁଜ, ଥଣ୍ଡା ପାନୀୟ, ଆଖୁ ରସ ଆଦି ବ୍ୟବସାୟ ଭଲ ଜମୁଛି! ଛାତ୍ରୀ ମାନେ ମୁହଁରେ ଓଢଣୀ ଭିଡି ଯାଉଛନ୍ତି! ଗାଁ ଲୋକ ଓ ମହିଳା ଗଛ ତଳେ ଆଶ୍ରୟ ନେଉ ଥିବା ଦେଖିବାକୁ ମିଳୁଛି! ଅତି ଶିଘ୍ର ମ୍ୟୁନିସିପାଲଟି ପକ୍ଷରୁ ଜଳଛତ୍ର ଖୋଲିବାକୁ ଦାବୀ ହେଉଛିl ପ୍ରବଳ ଗରମ ଓ ଖରା ପାଇଁ ଦିନ ୧୧ପରେ ଠିକl ଶ୍ରମିକ ମାନଙ୍କ କାମ ବନ୍ଦ ରଖିବାକୁ ନିର୍ଦେଶ ରହିଛି l ଜିଲାରେ ଅଂlଶୁ ଘlତ ଯେପରି ନ ହେବ ସେ ଦିଗରେ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ଜରୁରୀ ହୋଈ ପଡିଛି l

