ଫୁଲବାଣୀ,୪/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ର ମୁଖ୍ୟ ବଜାର ରାସ୍ତାରେ କଡରେ ଥିବା ଷ୍ଟେଟ ବ୍ୟାଙ୍କ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାରେ ଦିଭାଇଡର ନାହିଁ କି ଧଳା ଗାର ଚି଼ହ୍ନ ନାହିଁ! ଏକ ବର୍ଷ ତଳେ ଥିଲା! ରାସ୍ତା ମରାମତି ସମୟରେ ତାହା ଲିଭି ଯାଇଛି! ରାସ୍ତା ର ମଧ୍ୟ ଭାଗରେ ଧଳା ଟ୍ରାକ ଚି଼ହ୍ନ ଥିଲେ ବାମ ଓ ଡାହାଣ ଅଞ୍ଚଳ ନିର୍ଦ୍ଧାରିତ ହୋଇଥାଏ ଓ ଗାଡି ଚଳା ଚଳ ସୁବିଧା ହୋଇଥାଏ l l ଫଳରେ କିଛି ମାତ୍ରାରେ ମୁହାଁ ମୁହିଁ ଦୁର୍ଘଟଣା କୁ ଏଡାଇ ଦିଆଯାଇ ପାରି ଥାଏ l ସମ୍ପ୍ରତିନିକଟ ରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ବାଇକ କୁଆଡ଼େ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା! ପେଟ୍ରୋଲିଙ୍ଗ ବାଇକ କୁ ଥାନା ପଟୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା! ଫଳରେ ବାଇକ ରେ ଏକ ତିନି ବର୍ଷର ଶିଶୁ କୁ ଧରି ବସିଥିବା ଲୋକ ଛିଟିକି ପଡିଥିଲା! ସୌଭାଗ୍ୟ ବଶତ ପିଲାଟି ର କିଛି ହୋଇ ନ ନଥିଲା! ପେଟ୍ରୋଲିଙ୍ଗ ବାଇକ ଭାଙ୍ଗି ଯାଇଥିଲା! ରାସ୍ତା ମଝିରେ ଧଳା ଗାର ନଥିବାରୁ ପୋଲିସ ପେଟ୍ରୋଲିଙ୍ଗ ବାଇକ ରାସ୍ତାର ଡାହାଣ କୁ ଯାଇ ବାମ ପଟୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା! ଦୁର୍ଘଟଣା ଗ୍ରସ୍ତ ବାଇକ ଦୁଇଟି ପୋଲିସର ଥିଲା! ସାଇରନ ବଜାଇ ସତର୍କ କରାଉଥିବା ପେଟ୍ରୋଲିଙ୍ଗ ବାଇକ ରାସ୍ତାର ମଧ୍ୟ ଭାଗରେ ଏହି ଦୁର୍ଘଟଣା ଗ୍ରସ୍ତ ହେଉଛି!ତେଣୁ ରାସ୍ତାର ମଧ୍ୟ ଭାଗରେ ମାଦିକୁନ୍ଦା ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଧଳା ଟ୍ରାକ ଟାଣିଲେ ଦୁର୍ଘଟଣା କିଛି ମାତ୍ରାରେ ରୋକଯାଇ ପାରନ୍ତା ବୋଲି ଜିଲ୍ଲା କଂଗ୍ରେସର ଉପସଭାପତି ହେମନ୍ତ କୁମାର କର ମତ ବ୍ୟକ୍ତ କରିଛନ୍ତି!

