ଫୁଲବାଣୀ,୨୬/୦୬ (ସୁନୀଲ ପଟ୍ଟନାୟକ):ଫୁଲବାଣୀ ଠାରେ ଥିବା ମସ ଜିଦ୍ ପରିସରରେ ଶୁକ୍ରବାର ପବିତ୍ର ମହରମ ପାଳିତ ହୋଇଥିଲା l ମହରମ୍ ହେଉଛି ଇସଲାମିକ ଚନ୍ଦ୍ର କ୍ୟାଲେଣ୍ଡର ର ପ୍ରଥମ ମାସ ବୋଲି କୁହାଯିବା ସହିତ ଇସଲାମିକ ନୂତନ ବର୍ଷ ର ଆରମ୍ଭ l ଏହା ଏକ ପବିତ୍ର ମାସ ବୋଲି ମୁସଲମାନ ମାନେ କୁହନ୍ତି l ବିଶେଷ କରି ସିହା ମୁସଲିମ ସମ୍ପ୍ରଦାୟ ପ୍ରଫେଟ ମହମ୍ମଦ ଙ୍କ ପୌତ୍ର ଇମାମ ହୁସେନ ଙ୍କ କର୍ବଲା ଯୁଦ୍ଧ ରେ ସହିଦ ହେବା ସ୍ମୃତି ପାଳନ କରିଥାନ୍ତି l ତେବେ ଫୁଲବାଣୀ ଜlମିଆ ମସଜିଦ କମିଟି ପକ୍ଷରୁ ପବିତ୍ର ମହରମ୍ ବେଶ ଧୁମ ଧାମ ରେ ପାଳିତ ହୋଇଥିଲା l ଏଥିରେ ସଭାପତି ଅବଦୁଲ ରଜାକ ଖାଁ, ଙ୍କ ସମେତ ମହମ୍ମଦ ଚିଷ୍ଟୀ ଓ ଅନ୍ୟକର୍ମ କର୍ତ୍ତା ମାନେ ମିଳିତ ଭାବେ କାର୍ଯକ୍ରମ ପରିଚାଳନା କରିଥିଲେ l

