ବୁଗୁଡା,୧୪।୦୯(ପୂର୍ଣ୍ଣ ହନ୍ଦ୍ର ବାରିକ):ଏ ବର୍ଷ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ସାଇ ସରସ୍ବତୀ ଶିଶୁ ମନ୍ଦିର ଓ ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ସ୍କୁଲ,କଲେଜ ଓ କୋଚିଂ ସେଣ୍ଟରରେ ଉତ୍ସାହର ସହ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହ ବୁଗୁଡା ସହରାଞ୍ଚଳର ଅରବିନ୍ଦ ନଗର, ପ୍ରେମଚାନ୍ଦ ନଗର, ବଡଦାଣ୍ଡ ସାହି, ଏବଂ ଗ୍ରାମାଞ୍ଚଳର ଗୌଡିଆ ବରୋଦା ଗ୍ରାମର ବଜରଙ୍ଗୀ କ୍ଲବ,କାନସୁକା,କରଚୁଲି,କରସିଙ୍ଗି,ବେତାରସିଙ୍ଗି ଖୋଳଖାଳି ବାଲିପଦର, ପଙ୍କଳବାଡି, ଗୋଳାବନ୍ଧ ,କତକଲା,ମୋଟାବାଡି ସମେତ ବିଭିନ୍ନ ସ୍ଥାନରେ ପ୍ରଭୁ ଗଜାନନଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସମୟରେ ବିଭିନ୍ନ ମେଢ ନିକଟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

