ବୁଗୁଡା,୨୩/୦୩ (ପ୍ରଫୁଲ୍ଲ କୁମାର ପଟ୍ଟନାୟକ): ପ୍ରଭୁ ଶ୍ରୀରାମ ଜନ୍ମ ଉତ୍ସବ ଅବସରରେ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ପକ୍ଷରୁ ବୁଗୁଡାରେ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସ୍ଥାନୀୟ ଷୋଳମଇଲି ହନୁମାନ ମନ୍ଦିରଠାରୁ ବାହାରି ମାଳିଛୋଲା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସହସମ୍ପାଦକ ଡ.ଅରୁଣ କୁମାର ପାଢ଼ୀ ଓ ସଙ୍ଗଠନମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ, ବଜରଙ୍ଗ ଦଳର ପୂର୍ବପ୍ରାନ୍ତ ନମସ୍ତେ ସହସଂଯୋଜକ ରାଜୀବ ନେତ୍ର ଖାଡଙ୍ଗା ଓ ବରିଷ୍ଠ କର୍ମକର୍ତ୍ତା ବରିଷ୍ଠ ସ୍ଵୟଂସେବକ ଗୋପାଳଚନ୍ଦ୍ର ନାୟକ, ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସ୍ଵାଇଁ, କର୍ମକର୍ତ୍ତା ଧୀରଜ କୁମାର ମହାରଣା, ଗୁଲସନ କୁମାର ସାହୁ, ସରୋଜ ସାହୁ, ସଂଗ୍ରାମ ଦାଶଙ୍କ ସମେତ ଶହ ଶହ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରା ମାଳିଛୋଲା ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ବଜରଙ୍ଗ ଦଳ ଏବଂ ବିଶ୍ଵ ହିନ୍ଦୁ ପରିଷଦର ସାଂଗଠନିକ ସୁଦୃଢତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

