ଫୁଲବାଣୀ : ୯/୩ ( ଜନ ବାଣୀ ନ୍ୟୁଜ୍ ) କନ୍ଧମାଳ ଜିଲ୍ଲାର ଅଗ୍ରଣି ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଷୋଡଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ଯ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଧାମ ପୂରୀ ଗୋବର୍ଦ୍ଧନ ପୀଠ ର ସମ୍ପାଦକ ଓ ମୁଖ୍ୟ ପରିଚାଳକ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରଚାରକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗ ଦେଇ ନିଜ ଅଭିଭାଷଣରେ ସାହିତ୍ୟ, ସୃଷ୍ଟି ସର୍ଜନା ବେଳେ ବ୍ରହ୍ମାଙ୍କ ଦ୍ବାରା ସୃଷ୍ଟି କରାଯାଇ ଥିବା ଚାରି ବେଦ, ର ମୂଳଦୁଆ ସାହିତ୍ୟ ବୋଲି କହିବା ସହିତ ଏହାର ଆବଶ୍ୟକତା ଯୁଗେ ଯୁଗେ ରହି ଆସିଛି ଏବଂ ରହିବ ବୋଲି କହିଥିଲେ। ଏଥି ସହ ସମାଜରେ ବର୍ତ୍ତମାନ ରହିଥିବା ଇଣ୍ଟରନେଟ୍ ଓ ଏଆଇ ର ଯୁଗ ରେ, ପୁସ୍ତକ ଓ ପାଠକଙ୍କ ମଧ୍ୟରେ ଥିବା ଦୁରତା, ଭବିଷ୍ୟତରେ ସେମାନଙ୍କ ଶିକ୍ଷା,ସଂସ୍କାର, ଜ୍ଞାନ ଏବଂ ଅନୁଭୂତି ପାଇଁ ବଡ ବାଧକ ସୃଷ୍ଟି କରିଛି ବୋଲି କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ,ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବଣୁଆ,ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର,ଟିପିଏସ୍ଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମାନସ ରଞ୍ଜନ ମହାରଣା, ଆଦିତ୍ୟ ବାହିନୀ ପୂରୀ ଗୋବର୍ଦ୍ଧନ ପୀଠ ର ରାଜ୍ୟ ସହସମ୍ପାଦକ ଶ୍ରୀ ପ୍ରତାପ ଭାରତୀ ଫୁଲବାଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସମରେଶ ମହାନ୍ତି ପ୍ରମୁଖ ଯୋଗଦେଇ, ଆଜିର ମନୁଷ୍ୟ ଜୀବନ, ଇଣ୍ଟରନେଟ୍ ଏବଂ ଏଆଇ ବଳରେ ଯେତେ ଆଧୁନିକିକରଣ ହେଲେ ମଧ୍ଯ, ପୁସ୍ତକ ଏବଂ ସମାଜ ଗଠନ ଦିଗରେ ଏହାର ଆବଶ୍ୟକତା ଯଥେଷ୍ଟ ରହିଛି ଏବଂ ରହିବ ବୋଲି କହିଥିଲେ। ଏଥି ସହିତ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଏକମାତ୍ର ଅନୁଷ୍ଠାନ ଯାହା ଦିର୍ଘ ୩୫ ବର୍ଷ ଧରି ଜିଲ୍ଲା ତଥା ରାଜ୍ୟ ରେ ଓଡ଼ିଆ ଭାଷା ସାହିତ୍ୟ ଓ କୁଈ ଭାଷାର ପ୍ରସାର ଦିଗରେ କରି ଆସୁଥିବା କାର୍ଯକ୍ରମ ଗୁଡିକର ପ୍ରସଂଶା କରିଥିଲେ ।ସଭାରେ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା ପୌରୋହିତ୍ୟ କରିଥିବା ବେଳେ ମୁଖ୍ଯ ସମ୍ପାଦକ ଡକ୍ଟର କାହ୍ନୁଚରଣ ଶତପଥି ସଭା ପରିଚାଳନା କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲାର ଶ୍ରେଷ୍ଠ ହାଇସ୍କୁଲ ବିଦ୍ଯାର୍ଥି ଭାବରେ ଅନ୍ବେଷା ସାହୁ,ଜିଲ୍ଲାର ଶ୍ରେଷ୍ଠ ବରିଷ୍ଠ ନିଗରିକ ସମ୍ମାନ ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରେଷ୍ଠ ଓ ବରିଷ୍ଠ କ୍ରୀଡାବିତ୍ ଭାବରେ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ସ୍ବେଛାସେବୀ ସାନ୍ତାରାଣୀ ଦିଗାଲ, ସମାଜସେବୀ ଆମନଚନ୍ଦ୍ର ନାୟକ,ଘୁ.ଉଦୟଗିରି,ଶ୍ରେଷ୍ଠ ନାରୀ ପ୍ରତିଭା ଶ୍ରୀମତୀ ସୁଚିତ୍ରା ଦାଶ,ଶ୍ରେଷ୍ଠ ଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର,ଶ୍ରେଷ୍ଠ ଶିକ୍ଷାବିତ୍ ସମ୍ମାନ ଡକ୍ଟର ବିନୟ କୃଷ୍ଣ ପଟ୍ଟନାୟକ,ଶ୍ରେଷ୍ଠ ରକ୍ତଦତା ସମ୍ମାନ ରେ ଶ୍ରୀ ଅମ୍ବିକ
ପ୍ରହରାଜ ଓ ଶ୍ରେଷ୍ଠ ମହିଳା ରକ୍ତଦାତ୍ରୀ ସମ୍ମାନ ରେ ସୁଶ୍ରୀ ପଦ୍ମିନୀ କହଁରଙ୍କ ସମେତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଉପସଭାପତି ଶ୍ରୀ ଶରତଚନ୍ଦ୍ର ମହାନ୍ତି, ସଜିତ କୁମାର ବେହେରା, ସହସମ୍ପାଦିକା ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁଶ୍ରୀ ମୁସ୍କାନ୍ ସୁଆର, ଶ୍ରୀମତୀ ପ୍ରଣତୀ ତ୍ରିପାଠୀ, ଶିଭୂଷଣ ପ୍ରଧାନ,ଶ୍ରୀ ତ୍ରିଲୋଚନ ପଣ୍ଡା, ଶ୍ରୀ ଶ୍ଯାମବନ୍ଧୁ ମହାରଣା, ପ୍ରସାଦ ସୋନୁ ଏବଂ ଅଭିଶେଖ୍ ଶତପଥି ପ୍ରମୁଖ ଏହି ଦିର୍ଘ ୧୩ ଦିନର କାର୍ଯ୍ୟକ୍ରମ ରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ। ଚଳିତ ବର୍ଷ ସମୁଦାୟ ୫୫ ଟି ପୁସ୍ତକ ଷ୍ଟଲ ସମେତ ସମୁଦାୟ ୧୭୦ ଟି ବିଭିନ୍ନ ଷ୍ଟଲ୍ ଖୋଲିଥିଲା ।

